ଜେଲ୍‌ରେ ଥାଇ କ’ଣ ସଞ୍ଜୟ ରାଉତ ଶିବସେନା ମୁଖପତ୍ର ‘ସାମ୍‌ନା’ ପାଇଁ ସ୍ତମ୍ଭ ଲେଖିଛନ୍ତି? ତଦନ୍ତ କରିବ ‘ଇଡି’

Advertisment
ଜେଲ୍‌ରେ ଥାଇ କ’ଣ ସଞ୍ଜୟ ରାଉତ ଶିବସେନା ମୁଖପତ୍ର ‘ସାମ୍‌ନା’ ପାଇଁ ସ୍ତମ୍ଭ ଲେଖିଛନ୍ତି? ତଦନ୍ତ କରିବ ‘ଇଡି’

Image Courtesy of Mint

ମୁମ୍ବାଇ: ରବିବାର ଦିନ ଶିବସେନାର ମୁଖପତ୍ର ‘ସାମ୍‌ନା’ରେ ପ୍ରକାଶିତ ସଞ୍ଜୟ ରାଉତଙ୍କ ସାପ୍ତାହିକ ସ୍ତମ୍ଭ ‘ରୋକ୍‌ ଠୋକ୍‌’ ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ପଚରାଉଚରା କରିବ ବୋଲି ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ସେ କ’ଣ ଉକ୍ତ ସ୍ତମ୍ଭ ଜେଲ୍‌ରେ ଲେଖି ବେଆଇନ୍‌ ଭାବେ ବାହାରକୁ ପଠାଇଛନ୍ତି? ଅଥବା ସେ ଲେଖାଟି ତାଙ୍କର ନୁହେଁ? ଏ ବିଷୟରେ ସୁନିଶ୍ଚିତ ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ସାଂସଦ ସଞ୍ଜୟ ରାଉତଙ୍କୁ ପଚରାଉଚୁରା କରିବେ।

ପ୍ରାପ୍ତ ସୂଚନା ଅନୁସାରେ, ଅଦାଲତଙ୍କ ବିନା ଅନୁମତିରେ ହାଜତରେ ଥିବା ବେଳେ ରାଉତ କୌଣସି ସ୍ତମ୍ଭ କି, ନିବନ୍ଧ ଲେଖି ପାରିବେ ନାହିଁ।  କିନ୍ତୁ, ତାଙ୍କୁ ଅଦାଲତ ସେଭଳି କୌଣସି ଅନୁମତି ପ୍ରଦାନ କରି ନାହାନ୍ତି।

publive-image Image Courtesy of DNA India

ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ବିଦା କରି ଦିଆଗଲେ ମୁମ୍ବାଇରେ ଆଉ ଅର୍ଥ ନ ଥିବ କି, ତାକୁ ଆଉ ଦେଶର ଅର୍ଥନୈତିକ ରାଜଧାନୀ ବୋଲି କୁହାଯିବ ନାହିଁ ବୋଲି ରାଜ୍ୟପାଳ ବି. ଏସ୍‌. କୋଶିୟାରୀ ଦେଇଥିବା ବିବୃତିକୁ ରବିବାର ଦିନ ପ୍ରକାଶିତ ‘ସାମ୍‌ନା’ର ‌‘ରୋକ୍‌ ଠୋକ୍‌’ ସ୍ତମ୍ଭରେ ସମାଲୋଚନା କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ମହାରାଷ୍ଟ୍ରର ଆତ୍ମସମ୍ମାନ ସହିତ ଖେଳିଲେ ମରାଠୀ ଜନସାଧାଣଙ୍କ କ୍ରୋଧ‌ ଉଦ୍‌ଗୀରଣ ହେବ। ଇତିହାସରେ ବି ସେମାନଙ୍କର କ୍ରୋଧ ଉଦ୍‌ଗୀରଣର ଦୃଷ୍ଟାନ୍ତ ଅଛି।

ପ୍ରବର୍ତ୍ତନ ନିର୍ଦେଶାଳୟକୁ ଆକ୍ଷେପ କରି ଉକ୍ତ ସ୍ତମ୍ଭରେ ଉଲ୍ଲେଖ ଅଛି, ମରାଠୀ ଲୋକେ ଚଳାଉଥିବା ଚିନି କାରଖାନା, ଲୁଗା କଳ ଏବଂ ଅନ୍ୟାନ୍ୟ କାରଖାନାଗୁଡ଼ିକୁ ପ୍ରବର୍ତ୍ତନ ନିର୍ଦେଶାଳୟ ବନ୍ଦ କରିଦେଇ ମରାଠୀ ଉଦ୍ୟୋଗୀମାନଙ୍କ ନାମରେ ଅନେକ ମାମଲା ରୁଜୁ କରାଯାଇଛି। ରାଜ୍ୟପାଳ ଏ ପ୍ରସଙ୍ଗରେ ବି କହିବା ଉଚିତ।

ସେନା ନେତାମାନେ କହୁଛନ୍ତି କି, ‘ସାମ୍‌ନା’ର କର୍ମଚାରୀମାନେ ମିଳିତ ଭାବେ ଉକ୍ତ ସ୍ତମ୍ଭଟି ଲେଖି ରାଉତଙ୍କ ନାଁ ଫଟୋ ଦେଇ ଛାପି ଦେଇଥାଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe