ବିଛଣାରେ ଶୋଇ ମୋବାଇଲ ଚାର୍ଚ୍ଚ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ଅଘଟଣ

Advertisment
ବିଛଣାରେ ଶୋଇ ମୋବାଇଲ ଚାର୍ଚ୍ଚ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ଅଘଟଣ

ନୂଆଦିଲ୍ଲୀ: ଆମ ମଧ୍ୟରୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଛଣାରେ ଶୋଇ ଚାର୍ଜିଂରେ ଫୋନ ଲାଗାଇ ବ୍ୟବହାର କରିଥାଆନ୍ତି। ଅନେକ ଥର ଲୋକଙ୍କ ଚାର୍ଜିଂ ପିନର କେବୁଲର ପ୍ଲାଷ୍ଟିକ୍ ବାହାରି ଯାଇଥାଏ, ଏହା ପରେ ବି ସେମାନେ ଚାର୍ଜର ବ୍ୟବହାର କରିଥାଆନ୍ତି। ମୋବାଇଲ୍ ଏବେ ସମସ୍ତଙ୍କ ଜୀବନର ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଯାଇଛି। କିନ୍ତୁ ମୋବାଇଲ ବ୍ୟବହାର କରିବା ସମୟରେ ବି କିଛି ସାବଧାନ ଅବଲମ୍ବନ କରିବାକୁ ହୋଇଥାଏ, ଏହା ଜାଣି ବି ଆମେ ତାହାକୁ ଅଣ‌ଦେଖା କରି ଦେଇଥାଉ।

बिस्तर पर लेटे-लेटे मोबाइल चार्ज करने की थी आदत, जो हुआ जानकर कांप जाएगी आपकी रूह

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି, ଏକ ଭଙ୍ଗା ତାର ଥିବା ଚାର୍ଜର ସହିତ ମୋବାଇଲ୍ ଚାର୍ଜ କରିବାର ଅଭ୍ୟାସ କେତେ କ୍ଷତି ହୋଇପାରେ । ବିଶେଷକରି ଯେତେବେଳେ ଆପଣ ବିଛଣାରେ ଶୋଇବା ସମୟରେ ମୋବାଇଲ୍ ଚଳାଉଛନ୍ତି । ଏହି ଫଟୋଗୁଡ଼ିକୁ ଅଷ୍ଟ୍ରେଲିଆର ଅଗ୍ନିଶମ ବିଭାଗ ଫେସବୁକରେ ସେୟାର କରିଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଏକ ଚାର୍ଜର ତାର ହେତୁ ବିଛଣାରେ ପଡ଼ିଥିବା ବେଡସିଟ ଜଳି ଯାଇଛି। ଭାବନ୍ତୁ ଏହା ଯଦି ଶରୀର କୌଣସି ସ୍ଥାନରେ ଲାଗି ଥାଆନ୍ତା କ’ଣ ଅବସ୍ଥା ହୋଇଥାଆନ୍ତା।

ଏହି ଫଟୋଗୁଡ଼ିକୁ ସେୟାର କରି ଅଷ୍ଟ୍ରେଲିଆର ଅଗ୍ନିଶମ ବିଭାଗ ଲେଖିଛି, ଖ୍ରୀଷ୍ଟମାସ‌ରେ ଆପଣ ଆପଣଙ୍କ ପିଲାମାନଙ୍କୁ ମଧ୍ୟ ଟାବଲେଟ୍ କିମ୍ବା ଫୋନ୍ ଉପହାର ଦେଇଥିବେ। ତେବେ ଆପଣ ସୁନିଶ୍ଚିତ କରନ୍ତୁ କି ପିଲାମାନେ ବିଛଣାରେ ଶୋଇଥିବା ସମୟରେ ମୋବାଇଲ୍ ଚାର୍ଜର ବ୍ୟବହାର କରୁନାହାନ୍ତି ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe