ତଥ୍ୟା ଲୁଚାଉଛନ୍ତି ଦିଦି: କେନ୍ଦ୍ରୀୟ ଟିମ୍‌କୁ ସହଯୋଗ କରୁନି ରାଜ୍ୟ ସରକାର

ଦିଦିଙ୍କୁ ଶୁଭେଚ୍ଛାର ସୁଅ; ‘ବଙ୍ଗ ବାଘୁଣୀ’ ଆଖ୍ୟା ଦେଲେ ପ୍ରଶଂସକ

କୋଲାକାତା: ପଶ୍ଚିମବଂଗ ସରକାର କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ରଣନୀତି କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା ଦେଉଥିବାରୁ ଏହାକୁ ନେଇ ଜଟିଳ ସ୍ଥିତି ଉତ୍ପନ୍ନ ହେଲାଣି। ରାଜ୍ୟରେ ପହଞ୍ଚିଥିବା କେନ୍ଦ୍ରୀୟ ଟିମ୍‌କୁ ସହଯୋଗ କରାଯିବ ବୋଲି ଆଶ୍ବାସନା ଦେଇଥିବା ମମତା ସରକାର ବାସ୍ତବରେ ସହଯୋଗ କରୁନାହାନ୍ତି ଏବଂ ତଥ୍ୟ ଲୁଚାଉଥିବା ଅଭିଯୋଗ ଆସିଛି। ରାଜ୍ୟ ସରକାର କୋଭିଡ୍‌ ୧୯ ହସ୍ପିଟାଲ, କ୍ବାରାଣ୍ଟିନ୍‌ ସେଣ୍ଟର ଏବଂ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବାବଦ ତଥ୍ୟ ଉପଲବ୍ଧ କରୁନାହାନ୍ତି। ଏହାଦ୍ବାରା କେନ୍ଦ୍ର ସରକାର ରାଜ୍ୟରେ କରୋନା ମୁକାବିଲା ରଣନୀତି ନେଇ ଅନିଶ୍ଚିତତାରେ ଅଛନ୍ତି। ରାଜ୍ୟ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ କୌଣସି ତଥ୍ୟ ଦିଆଯାଉନଥିବାରୁ ରାଜ୍ୟରେ କେନ୍ଦ୍ରୀୟ ଟିମ୍‌ କାମ କରିପାରୁ ନାହାନ୍ତି। ରାଜ୍ୟ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଯୁଦ୍ଧସ୍ତରରେ ସମସ୍ତ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚେତାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe