ଏହି କାରଣରୁ ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନ ସମୟରେ ଯାଇ ନଥିଲେ କଂଗ୍ରେସ ନେତା

କଂଗ୍ରେସର ମିଡିଆ ବିଭାଗର ପ୍ରମୁଖ ପବନ ଖଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ସିଂହଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ସମ୍ମାନ ଦୃଷ୍ଟିରୁ ବରିଷ୍ଠ କଂଗ୍ରେସ ନେତା ସରଦାର ଡକ୍ଟର ମନମୋହନ ସିଂହଙ୍କ ଅସ୍ଥି ସଂଗ୍ରହ ଓ ବିସର୍ଜନ କରିବା ପାଇଁ  କଂଗ୍ରେସ ନେତାମାନେ ଯାଇ ନଥିଲେ।

୍ବ୍ବ୍

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ  ସଂପନ୍ନ ହେବାର ଦିନକ ପରେ ଦିଲ୍ଲୀର ଗୁରୁଦ୍ୱାର ଟିଲା ସାହିବ ନିକଟସ୍ଥ ଯମୁନା ଘାଟରେ ତାଙ୍କର ଅସ୍ଥି ବିସର୍ଜନ କରାଯାଇଛି। 

ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ଗାନ୍ଧୀ ପରିବାରର ଅନୁପସ୍ଥିତିକୁ ନେଇ ବିଜେପି ପ୍ରଶ୍ନ ଉଠାଇ କହିଥିଲା,‘ଅସ୍ଥି ବସିର୍ଜନ ସ୍ଥାନରେ କ୍ୟାମେରା ନଥିବାରୁ ଗାନ୍ଧୀ ପରିବାରରୁ କେହି ବି ଗଲେନାହିଁ।’

ଅଧିକପଢ଼ନ୍ତୁ:ଯମୁନା ଘାଟରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି: ଗାନ୍ଧୀ ପରିବାରର ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେପି

ବିଜେପିର ଏଭଳି ଅଭିଯୋଗ ପରେ କଂଗ୍ରେସର ମିଡିଆ ବିଭାଗର ପ୍ରମୁଖ ପବନ ଖଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ସିଂହଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଗୋପନୀୟତାର ସମ୍ମାନ ଦୃଷ୍ଟିରୁ ବରିଷ୍ଠ କଂଗ୍ରେସ ନେତା ସରଦାର ଡକ୍ଟର ମନମୋହନ ସିଂହଙ୍କ ଅସ୍ଥି ସଂଗ୍ରହ ଓ ବିସର୍ଜନ କରିବା ପାଇଁ  କଂଗ୍ରେସ ନେତାମାନେ ଯାଇ ନଥିଲେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ପରେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ତାଙ୍କ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ। 

ଅଧିକପଢ଼ନ୍ତୁ:ଠକ ଦମ୍ପତି ଗିରଫ: ମୋ ବାପା ପିଏମଙ୍କ ମୁଖ୍ୟ ପରାମର୍ଶଦାତା କହି ଠକୁଥିବା ଅଭିଯୋଗ ଭୁବନେଶ୍ବର ଇନଫୋସିଟି

ଅସ୍ଥି ବିସର୍ଜନ ଅବସରରେ ମନମୋହନ ସିଂହଙ୍କ ପତ୍ନୀ ଗୁରଶରଣ କୌର ଏବଂ ତାଙ୍କ ତିନି ଝିଅଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe