ସାମ୍ବାଦିକାଙ୍କୁ ବାରଣ କରିନଥିଲୁ : ମୁତ୍ତାକି

ନୂଆଦିଲ୍ଲୀରେ ତାଲିବାନ ସରକାରରେ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକିଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କୁ ଅନୁମତି ନ ମିଳିବାକୁ ନେଇ ଭାରତରେ ବଡ଼ ବିବାଦ ଦେଖାଦେଇଛି । ଏ ନେଇ ବିବାଦ ବଢିବା ପରେ ଖୋଦ ମୁତ୍ତାକି କହିଛନ୍ତି, "ଆମେ ମହିଳାମାନଙ୍କୁ ବାରଣ କରିନଥିଲୁ"।

Untitled-27

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନ ଦୂତାବାସରେ ତାଲିବାନ ସରକାରରେ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକିଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କୁ ଅନୁମତି ନ ମିଳିବାକୁ ନେଇ ଭାରତରେ ବଡ଼ ବିବାଦ ଦେଖାଦେଇଛି ।

ମହିଳା ସାମ୍ବାଦିକମାନଙ୍କୁ ଏହି ସାମ୍ବାଦିକ ସମ୍ମିଳନୀରେ ନିମନ୍ତ୍ରଣ କରାଯାଇ ନଥିଲା, ଯାହା ଫଳରେ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି। ଏହାର ଜବାବରେ ସରକାର କହିଛନ୍ତି ଯେ ଏହି ସାମ୍ବାଦିକ ସମ୍ମିଳନୀ ଆଫଗାନ ଦୂତାବାସ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନଥିଲା । 

ଏ ନେଇ ବିବାଦ ବଢିବା ପରେ ଖୋଦ ମୁତ୍ତାକି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଆମେ ମହିଳାମାନଙ୍କୁ ବାରଣ କରିନଥିଲୁ"। ଏହା ସହିତ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କରେ ଉନ୍ନତି ହେବ ବୋଲି ଆଶା ପ୍ରକାଶ କରିଥିଲେ।

ମହିଳା ସାମ୍ବାଦିକମାନଙ୍କୁ ଏହି ସାମ୍ବାଦିକ ସମ୍ମିଳନୀରେ ନିମନ୍ତ୍ରଣ କରାଯାଇ ନଥିଲା, ଯାହା ଫଳରେ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି। ଏହାର ଜବାବରେ ସରକାର କହିଛନ୍ତି ଯେ ଏହି ସାମ୍ବାଦିକ ସମ୍ମିଳନୀ ଆଫଗାନ ଦୂତାବାସ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନଥିଲା । 

ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି, "ଆମେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବୁ। ଯୋଗାଯୋଗ ବୃଦ୍ଧି ଏବଂ ପରିସ୍ଥିତିରେ ଉନ୍ନତି ଆଣିବା। ଆମେ ସମାନ ଅଞ୍ଚଳର ଲୋକ, ଆମେ ପରସ୍ପରର ଭାଷା କହିପାରୁଛୁ। ଆମେ ମହିଳାମାନଙ୍କୁ ବାରଣ କରିନଥିଲୁ।" ମୁତାକି କହିଛନ୍ତି ଯେ ଭାରତ ଗସ୍ତର ତାଙ୍କର ଉଦ୍ଦେଶ୍ୟ ଥିଲା ଦାରୁଲ ଉଲୁମ ଦେଓବନ୍ଦ, ଭାରତ ସରକାର ଏବଂ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା। ସେ କହିଛନ୍ତି ଯେ ଭବିଷ୍ୟତରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଏବଂ ରାଜନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରୟାସ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe