ନିଆଁରେ ଘିଅ ଢ଼ାଲିଲେ ସିଦ୍ଦରମେୟା : ପ୍ରବେଶ ପୂର୍ବରୁ ସାର୍ଟ ଖୋଲିବାକୁ କୁହାଯିବାରୁ ଆଉ ମନ୍ଦିରକୁ ଗଲି ନାହିଁ...

Advertisment
ନିଆଁରେ ଘିଅ ଢ଼ାଲିଲେ ସିଦ୍ଦରମେୟା : ପ୍ରବେଶ ପୂର୍ବରୁ ସାର୍ଟ ଖୋଲିବାକୁ କୁହାଯିବାରୁ ଆଉ ମନ୍ଦିରକୁ ଗଲି ନାହିଁ...

ବେଙ୍ଗାଲୁରୁ: ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଉଚ୍ଛେଦ’ ମନ୍ତବ୍ୟକୁ ନେଇ ଇଣ୍ଡିଆ ମେଣ୍ଟ ଗୋଷ୍ଠୀ ବିବାଦର ସମ୍ମୁଖୀନ ହେଉଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହାକୁ ହାୱା ଦେବା ଭଳି ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ତାଙ୍କୁ ସାର୍ଟ ଓହ୍ଲାଇବାକୁ କୁହାଯିବା ପରେ ସେ କେରଳର କୌଣସି ମନ୍ଦିରକୁ ପ୍ରବେଶ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

‘ଥରେ ମୁଁ କେରଳର ଏକ ମନ୍ଦିରକୁ ଯାଇଥିଲି। ସେମାନେ ମୋତେ ସାର୍ଟ ବାହାର କରି ଭିତରକୁ ପ୍ରବେଶ କରିବାକୁ କହିଥିଲେ। ମୁଁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ମନା କରିଦେଲି ଏବଂ ସେମାନଙ୍କୁ କହିଲି ଯେ ମୁଁ ବାହାରୁ ପ୍ରାର୍ଥନା କରିବି। ସେମାନେ ସମସ୍ତଙ୍କୁ ସାର୍ଟ ବାହାର କରିବାକୁ କହି ନଥିଲେ, ମାତ୍ର ଅଳ୍ପ କେତେଜଣଙ୍କୁ କହିଥିଲେ। ଏହା ଏକ ଅମାନବୀୟ ପ୍ରଥା। ଭଗବାନଙ୍କ ଆଗରେ ସମସ୍ତେ ସମାନ’ ବୋଲି ସିଦ୍ଦରମେୟା କହିଛନ୍ତି। ସମାଜ ସଂସ୍କାରକ ନାରାୟଣ ଗୁରୁଙ୍କ ୧୬୯ତମ ଜୟନ୍ତୀ ଅବସରରେ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସ ନେତା ଏହି ମନ୍ତବ୍ୟ ରଖିଛନ୍ତି।

ଅନେକ ଦକ୍ଷିଣ ଭାରତୀୟ ମନ୍ଦିରରେ ପୁରୁଷମାନେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସାର୍ଟ ବାହାର କରିବା ଏକ ସାଧାରଣ ପ୍ରଥା ଅଟେ। ଏହା ପରିବର୍ତ୍ତେ ସେମାନେ କାନ୍ଧରେ ପିନ୍ଧା ’ଅଙ୍ଗବସ୍ତ୍ର’ ଶାଲ ଭଳି କପଡ଼ା ପରିଧାନ କରିଥାଆନ୍ତି। ସମ୍ଭବତଃ ଏହି ପରମ୍ପରାକୁ ସମାଲୋଚନା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe