ୟେଦୁୟେରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିରାଶ ହୋଇ ଆତ୍ମହତ୍ୟା କଲେ ଚାଷୀ

Advertisment
ୟେଦୁୟେରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିରାଶ ହୋଇ ଆତ୍ମହତ୍ୟା କଲେ ଚାଷୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ‌‌ୟେଦୁୟେରପ୍ପା ସୋମବାର ଇସ୍ତଫା‌ ଦେଇଥିଲେ। ‌ୟେଦୁୟେରପ୍ପାଙ୍କ ସରକାରକୁ ୨ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଇସ୍ତଫା‌ ଘୋଷଣା କରିବା ସମୟରେ ୟେଦୁୟେରପ୍ପା ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ୟେଦୁୟେରପ୍ପା କହିଥିଲେ ଯେ ଦୁଃଖରେ ନୁହେଁ, ଖୁସିରେ ମୁଁ ଇସ୍ତଫା ଦେଉଛି। ତେବେ ୟେଦୁୟେରପ୍ପା ଖୁସିରେ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରିପାରୁନଥିବା ଦେଖା ଯାଇଛି |

ୟେଦୁୟେରପ୍ପାଙ୍କ ଇସ୍ତଫରେ ଦୁଃଖୀ ହୋଇ ଜଣେ ୩୫ବର୍ଷିୟ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି | ଗୁଣ୍ଡଲୁପେଟ ପୁଲିସର ସୂଚନାନୁସାରେ ମୃତ ବ୍ୟକ୍ତିଜଣକ ରାଜ୍ୟ ରାଜଧାନୀ ବେଙ୍ଗାଲୁରୁଠାରୁ ୧୯୫ କିଲୋମିଟର ଦୂରରେ ଅବସ୍ଥିତ ଚାମରାଜନଗର ଜିଲ୍ଲାର ବମ୍ମାଲାପୁର ଗାଁର ବାସିନ୍ଦା ରବି ଓରଫ ରାଚାପ୍ପା । ରବି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସେ ୟେଦୁୟେରପ୍ପାଙ୍କ ବଡ଼ ପ୍ରଶଂସକ ଥିଲେ | ତାଙ୍କ ଇସ୍ତଫା ଖବର ପାଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ କହୁଥିବା ବେଳେ ଗାଁ ଲୋକେ ରବିଙ୍କ ଉପରେ ବ୍ୟାଙ୍କ ଋଣ ବୋଝ ଥିଲା ବୋଲି କହିଛନ୍ତି | ତେବେ ରବି ସୁଇସାଇଡ ନୋଟ ଲେଖିନଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe