୧୧୬ଟି ଭିନ୍ନଭିନ୍ନ ବୃତ୍ତିରେ ଲୋକସଭା ସାଂସଦ, ୨୧.୪୦ ପ୍ରତିଶତ ସାଂସଦଙ୍କ ବୃତ୍ତି କୃଷି

ଶୂନ୍ୟକାଳରେ ବହୁବିଧ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

democracynewslive.com

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାରେ ପ୍ରତିନିଧିତ୍ବ କରିଥିବା ସାଂସଦମାନଙ୍କର ୧୧୬ଟି ଭିନ୍ନଭିନ୍ନ ବୃତ୍ତି ରହିଛି। ସେମାନଙ୍କ ମଧ୍ୟରୁ ୨୧.୪୦ ପ୍ରତିଶତ ସାଂସଦଙ୍କ ବୃତ୍ତି ହେଉଛି କୃଷି। ଲୋକସଭା ସଚିବାଳୟ ପକ୍ଷରୁ ଦିଆଯାଇଥିବା ୱେବ୍‌ସାଇଟ୍‌ରେ ସାଂସଦମାନଙ୍କ ବୃତ୍ତିଗତ ତାଲିକାରୁ ଏହା ଜଣାପଡ଼ିଛି।

ଲୋକସଭା ୱେବ୍ସାଇଟ୍ରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ୧୭.୨୧ ପ୍ରତିଶତ ସାଂସଦଙ୍କ ବୃତ୍ତି ସମାଜସେବା ହୋଇଥିବାବେଳେ ୪.୮୭ ପ୍ରତିଶତ ସାଂସଦ ଆଇନଜୀବୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୃତ୍ତି ସମାଜସେବା ବୋଲି ଉଲ୍ଲେଖ କରାଯାଇଛି। ସେହିଭଳି ସାଂସଦ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବୃତ୍ତି ହେଉଛି ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ସାଂସଦଙ୍କ ମଧ୍ୟରୁ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କୃଷକ ଓ ସାମାଜିକ କାର୍ଯ୍ୟକର୍ତ୍ତା, ବିଜେପି ସାଂସଦ ଜୁଏଲ ଓରାମ ଇଂଜିନିୟର ସହିତ କୃଷି ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ଟ୍ରେଡ ୟୁନିଷ୍ଟ, ନୀତିଶ ଗଙ୍ଗଦେବ କୃଷି ଓ ସାମାଜିକ କାର୍ଯ୍ୟକର୍ତ୍ତା, ସୁରେଶ ପୂଜାରୀ ଆଇନଜୀବୀ, ବସନ୍ତ କୁମାର ପଣ୍ଡା ରେଷ୍ଟୁରାଣ୍ଟ, ଅପରାଜିତା ଷଡ଼ଙ୍ଗୀ ଆଇଏଏସ (ଅବସରପ୍ରାପ୍ତ), ସଂଗୀତା କୁମାରୀ ସିଂହଦେଓ ପ୍ରକାଶକ ଓ ସାମାଜିକ କାର୍ଯ୍ୟକର୍ତ୍ତା ବୋଲି ଉଲ୍ଲେଖ ରହିଛି। ସେହିଭଳି, ବିଜେଡି ସାଂସଦଙ୍କ ମଧ୍ୟରୁ ପିନାକୀ ମିଶ୍ରଙ୍କ ବୃତ୍ତି ଆଇନଜୀବୀ, ଭର୍ତ୍ତୃହରି ମହତାବ ସାମ୍ବାଦିକ ଓ ଲେଖକ, ଡଃ ରାଜଶ୍ରୀ ମଲ୍ଲିକ ଡାକ୍ତର, ମହେଶ ସାହୁ ସାମ୍ବାଦିକ (ସମ୍ପାଦକ) ଓ ସାମାଜିକସେବା, ଚନ୍ଦ୍ରଶେଖର ସାହୁ ଆଇନଜୀବୀ ଓ ସାମାଜିକ କାର୍ଯ୍ୟକର୍ତ୍ତା, ଅଚ୍ୟୁତାନନ୍ଦ ସାମନ୍ତ ଶିକ୍ଷାବିତ ଓ ସାମାଜିକ କାର୍ଯ୍ୟକର୍ତ୍ତା ବୋଲି ଉଲ୍ଲେଖ ରହିଛି। ତେବେ, ସାଂସଦ ରମେଶ ମାଝି, ଅନୁଭବ ମହାନ୍ତି, ମଂଜୁଲତା ମଣ୍ଡଳ, ଶର୍ମିଷ୍ଠା ସେଠି, ପ୍ରମିଳା ବିଶୋୟୀ ଓ ଚନ୍ଦ୍ରାଣି ମୂର୍ମୂଙ୍କ ବୃତ୍ତି ସଂପର୍କରେ ଉଲ୍ଲେଖ କରାଯାଇନାହିଁ। ଅପରପକ୍ଷେ ଓଡିଶାର ପ୍ରତିନିଧିତ୍ବ କରୁଥିବା କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଇଂଜିନିୟର ବୃତ୍ତି ବୋଲି ଏହି ୱେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe