ମଦୁରାଇ: ମଙ୍ଗଳବାର ଦିନ ଯୋଗ ଗୁରୁ ସ୍ୱାମୀ ରାମଦେବ କହିଛନ୍ତି ଯେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ କହିବା ବଡ଼ କଷ୍ଟ।
ସାମ୍ବାଦିକମାନଙ୍କୁ ରାମଦେବ କହିଛନ୍ତି: ଏବେ ରାଜନୈତିକ ପରିସ୍ଥିତି ବଡ଼ ଜଟିଳ। ଦେଶର ନେତୃତ୍ୱ ନେବା ପାଇଁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ, ଆମେ କହି ପାରିବା ନାହିଁ।
ରାମେଶ୍ୱରମ ଠାରେ ଆୟୋଜନ କରାଯାଇଥିବା ଭାରତ ସ୍ୱାଭିମାନ ସଭାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ଦିନ ରାମଦେବ ମଦୁରାଇ ଠାରେ ପହଞ୍ଚି ଥିଲେ।
ସେ କହିଲେ ଯେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଲାଗି ସେ କୌଣସି ବ୍ୟକ୍ତିଙ୍କୁ ସମର୍ଥନ କିଂବା କୌଣସି ଦଳକୁ ବିରୋଧ କରିବେ ନାହିଁ।
ସେ କହିଛନ୍ତି: ଆମର ଲକ୍ଷ୍ୟ ହିନ୍ଦୁ ଦେଶ ନୁହେଁ, ଏକ ଅଧ୍ୟାତ୍ମିକ ଦେଶ ଏବଂ ଏକ ଅଧ୍ୟାତ୍ମିକ ବିଶ୍ୱ। ଯୋଗ ଏବଂ ବୈଦିକ ପରମ୍ପରା ଦ୍ୱାରା ଆମେ ସ୍ୱର୍ଗୀୟ, ସମୃଦ୍ଧ ଓ ଅଧ୍ୟାତ୍ମିକ ଭାରତ ଗଢୁଛୁ।
Follow Us