ଅୱେସିଙ୍କୁ ତେଲେଙ୍ଗାନା ବିଜେପିର ଆହ୍ବାନ: ସବୁ ମସ୍‌ଜିଦ୍‌ ଖନନ କରାଯାଉ, ଯଦି ଶିବଲିଙ୍ଗ ବାହାରେ...

Advertisment
ଅୱେସିଙ୍କୁ ତେଲେଙ୍ଗାନା ବିଜେପିର ଆହ୍ବାନ: ସବୁ ମସ୍‌ଜିଦ୍‌ ଖନନ କରାଯାଉ, ଯଦି ଶିବଲିଙ୍ଗ ବାହାରେ...

Image Courtesy of Liberal TV

ହାଇଦ୍ରାବାଦ: ତେଲେଙ୍ଗାନାରେ ଥିବା ସବୁ ମସ୍‌ଜିଦ୍‌ ଖନନ କରାଯାଉ, ଯଦି ସେଥିରୁ ଶିବଲିଙ୍ଗ ବାହାରେ ସଂଖ୍ୟାଲଘୁମାନେ ସେ ମସ୍‌ଜିଦ୍‌ଗୁଡ଼ିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବେ। ଯଦି ଶବ ବାହାରେ ସଂଖ୍ୟାଲଘୁମାନେ ସେ ମସ୍‌ଜିଦ୍‌ଗୁଡ଼ିକୁ ନେଇଯାଇ ପାରିବେ ବୋଲି ରାଜ୍ୟ ବିଜେପି ସଭାପତି ବନ୍ଦୀ ସଞ୍ଜୟ କୁମାର ‘ଏଆଇଏମ୍‌ଆଇଏମ୍‌’ର ମୁଖ୍ୟ ଅସାଦୁଦ୍ଦୀନ୍ ଅୱେସିଙ୍କୁ ଆହ୍ବାନ ଦେଇ କହିଛନ୍ତି।

ବୁଧବାର ଦିନ କରିମନଗରରେ ‘ହିନ୍ଦୁ ଏକତା ଯାତ୍ରା’ରେ ଉଦ୍‌ବୋଧନ ଦେବା ବେଳେ ବିଜେପି ନେତା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି: ଅୱେସି ମୁଁ ଆପଣଙ୍କୁ ଆହ୍ବାନ ଦେଉଛି ଯେ, ରାଜ୍ୟରେ ଥିବା ସମସ୍ତ ମସ୍‌ଜିଦ୍‌ଗୁଡ଼ିକୁ ଆମେ ଉତ୍‌ଖନନ କରିବୁ। ଯଦି ଶବ ଉଦ୍ଧାର କରାଯାଏ ସେ ମସ୍‌ଜିଦ୍‌ ଆପଣଙ୍କର ବୋଲି ଦାବି କରି ପାରିବେ। ଯଦି ଶିବଲିଙ୍ଗ ବାହାରେ, ତେବେ ଆମକୁ ହସ୍ତାନ୍ତର କରିବେ। ଆପଣ ଏ ଆହ୍ବାନ ଗ୍ରହଣ କରିବେ କି?

ତେଲେଙ୍ଗାନାରେ ବିଜେପି ସରକାର ‘ଲଭ୍‌ ଜିହାଦ୍‌’ ବନ୍ଦ କରିବ ବୋଲି କହି ସଞ୍ଜୟ କୁମାର କହିଛନ୍ତି, ତେଲେଙ୍ଗାନାରେ ବିଜେପି ସରକାର କ୍ଷମତାକୁ ଆସିଲେ, ସଂଖ୍ୟାଲଘୁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯିବ ଏବଂ ଉର୍ଦ୍ଦୁ ଭାଷା ନିଷେଧ କରାଯିବ।

publive-image Image Courtesy of ABP News

ସେ ଆହୁରି ମଧ୍ୟ କହିଛନ୍ତି, ‘ଲଭ୍‌ ଜିହାଦ୍‌’ ନାଁରେ ଯଦି ଆମ ଭଉଣୀମାନଙ୍କୁ ଫସାଇ ଠକିଦିଆଯାଏ ଆମେ କ’ଣ ଚୁପ୍‌ ରହିବା। ଦରିଦ୍ରମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଗଲେ ହିନ୍ଦୁ ସମାଜ ସହ୍ୟ କରିବ ନାହିଁ। ବନ୍ଦୀ ସଞ୍ଜୟ ସହ୍ୟ କରିବ ନାହିଁ। ଯିଏ ‘ଲଭ୍‌ ଜିହାଦ୍‌’ କହିବ ସେ ଲାଠି ପାହାର ଖାଇବା ସୁନିଶ୍ଚିତ। ଧର୍ମ ପରିବର୍ତ୍ତନକାରୀଙ୍କ ବିରୋଧରେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସେ ପୁଣି କହିଛନ୍ତି, ଯଦି ‘ରାମ ରାଜ୍ୟ’ ଆସେ ଆମେ ଉର୍ଦ୍ଦୁ ଭାଷାକୁ ସମ୍ପୂର୍ଣ୍ଣ ନିଷେଧ କରିବୁ। ଦେଶରେ ଯେଉଁଠି ବୋମା ବିସ୍ଫୋରଣ ଘଟୁ ନା କାହିଁକି, ତା’ର କାରଣ ହେଲା ମଦ୍ରାସା ସବୁ ଆତଙ୍କବାଦୀମାନଙ୍କ ପାଇଁ ତାଲିମ କେନ୍ଦ୍ର ପାଲଟି ଯାଇଛି। ଆମେ ସେଗୁଡ଼ିକୁ ଚିହ୍ନଟ କରିବା ଉଚିତ।

ବିବେକ ଅଗ୍ନିହୋତ୍ରୀଙ୍କ ‘ଦି କଶ୍ମୀର ଫାଇଲ୍‌ସ୍‌’ ଦୃଷ୍ଟାନ୍ତ ଦେଇ ସଞ୍ଜୟ କୁମାର କହିଲେ, ‘ଭଣ୍ଡ ଧର୍ମନିରପେକ୍ଷବାଦୀ’ଙ୍କୁ ସତ୍ୟତା ବୁଝାଇବା ଲାଗି ଖୁବ୍‌ ଶୀଘ୍ର ‘ରାଜକାର ଫାଇଲ୍‌ସ୍‌’ ମୁକ୍ତିଲାଭ କରିବ। ନିଜାମଙ୍କ ଶାସନ ସମୟରେ ରାଜକାରମାନେ ହିନ୍ଦୁ ସମାଜ ଉପରେ କରିଥିବା ନିର୍ମମ ଅତ୍ୟାଚାର ବିଷୟରେ ସେମାନେ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe