ଜେଲ୍‌ରେ ଶଶିକଳାଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗା ଯାଉଥିବା ନେଇ ଖୁଲାସା କରିଥିବା ଡି ରୁପା ପାଇଲେ ରାଷ୍ଟ୍ରପତି ପଦକ

Advertisment
ଜେଲ୍‌ରେ ଶଶିକଳାଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗା ଯାଉଥିବା ନେଇ ଖୁଲାସା କରିଥିବା ଡି ରୁପା ପାଇଲେ ରାଷ୍ଟ୍ରପତି ପଦକ

ଚେନ୍ନାଇ: ଜେଲ୍‌ ମଧ୍ୟରେ ଭିକେ ଶଶିକଳାଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଦାନ କରାଯାଉଥିବା ନେଇ ଖୁଲାସା କରିଥିବା ପୂର୍ବତନ ଡିଆଜି ଡି ରୁପାଙ୍କୁ ତାଙ୍କର ସାଧୁତା ପାଇଁ ମିଳିଛି ରାଷ୍ଟ୍ରପତି ପଦକ। ରାଜଭବନ ପରିସରରେ ଶନିବାର ଦିନ ରୁପାଙ୍କୁ ଏହି ପଦକ ପ୍ରଦାନ କରାଯାଇଛି। ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ଭାଜୁଭାଇ ଭଲା। ରୁପା ପଦକ ଗ୍ରହଣ କରିବା ସମୟରେ ସେଠାରେ କର୍ଣ୍ଣାଟକ ମୁଖ୍ୟ ମନ୍ତ୍ରୀ ସଦ୍ଧରମୟା ଏବଂ ଗୃହ ମନ୍ତ୍ରୀ ରାମଲିଙ୍ଗି ରେଡ୍ଡି ଉପସ୍ଥିତ ଥିଲେ।

ଉଲ୍ଳେଖଯୋଗ୍ୟ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ଥ ହେବା ପରେ ଶଶିକଳାଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସେ ପାରାପ୍ପାନା ଆଗ୍ରାହାରା ସେଣ୍ଟ୍ରାଲ୍‌ ଜେଲ୍‌ରେ ରହୁଥିବା ବେଳେ ତାଙ୍କୁ ଜେଲ୍‌ ମଧ୍ୟରେ ଯୋଗାଯାଉଥିବା ସ୍ୱତନ୍ତ୍ର ବ୍ୟବସ୍ଥା ସଂପର୍କରେ ସତ୍ୟ ଉନ୍ମୋଚନ କରି ଏକ ସାହସିକତା କାର୍ଯ୍ୟ କରିଥିଲେ ଡି ରୁପା। ରୁପା କାର୍ଯ୍ୟ କ୍ଷେତ୍ରର ଗୋପନୀୟତାକୁ ବାହାରେ ପ୍ରଘଟ କରିବା ବେନିୟମ ବୋଲି ଦାବି କରି ତାଙ୍କୁ ଚାକିରିରୁ ବଦଳି ମଧ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe