ଭୋପାଳ: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କଂଗ୍ରେସ ନେତୃତ୍ବକୁ ପରିହାସ କରିଛନ୍ତି। ଦଳର ଯୁବ ନେତାମାନଙ୍କୁ ପରିହାସ କରି ଦିଗବିଜୟ କହିଛନ୍ତି ଯେ ଯୁବନେତାମାନେ ଆଦୌ ଶିକ୍ଷା ଉପରେ ଗୁରୁତ୍ବ ଦେଉନାହାନ୍ତି। ଦଳର ଯୁବନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଭଳି ହେବା ଉଚିତ। କିନ୍ତୁ କଂଗ୍ରେସର କୌଣସି ଜଣେ ହେଲେ ଯୁବନେତା ପଣ୍ଡିତ ନେହରୁଙ୍କ ପରି ଶିକ୍ଷିତ ନୁହନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ଆଦୌ ଶିକ୍ଷା ଉପରେ ଗୁରୁତ୍ବ ଦେଉନାହିଁ ବୋଲି ଦିଗବିଜୟ ଏକ ଜନସଭାରେ କହିଛନ୍ତି। ତେବେ ଦିଗବିଜୟ କୌଣସି ଯୁବନେତାଙ୍କ ନାଁ ନନେଇ ଏଭଳି ବୟାନ ରଖିଥିବାବେଳେ ତାଙ୍କର ଏହି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି।
କଂଗ୍ରେସ ନେତୃତ୍ବକୁ ଦିଗବିଜୟଙ୍କ ପରିହାସ
Advertisment
Follow Us