ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନୂଆଦିଲ୍ଲୀର କୃଷି ଭବନଠାରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିୱାଇ) ଅଧୀନରେ ଡିଜିକ୍ଲେମ୍ ନାମକ ଏକ ଡିଜିଟାଲ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ଜାତୀୟ ଫସଲ ବୀମା ପୋର୍ଟାଲ (ଏନ୍ସିଆଇପି) ଜରିଆରେ ବୀମା କ୍ଷତିପୂରଣ ଦାବି ପାଇଁ ଏକ ଡିଜିଟାଲ ବ୍ୟବସ୍ଥା। ଏହି ମଡ୍ୟୁଲ ଉନ୍ମୋଚନ ହେବା ପରେ ଇଲେକ୍ଟ୍ରୋନିକ ମାଧ୍ୟମରେ ବୀମା ଦାବିଗୁଡ଼ିକର ବିତରଣ କରାଯାଇପାରିବ, ଯାହାଦ୍ୱାରା ଛଅଟି ରାଜ୍ୟର ଚାଷୀମାନେ ଲାଭ ପାଇପାରିବେ। ଏବେ ଏହି ସ୍ୱୟଂକ୍ରିୟ ଦାବି ସମାଧାନ ପ୍ରକ୍ରିୟା ସବୁ ବୀମାଭୁକ୍ତ ଚାଷୀଙ୍କ ଜୀବନକୁ ସହଜ କରିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଶ୍ରୀ ତୋମରଙ୍କ ବ୍ୟତୀତ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ, ଉତ୍ତରପ୍ରଦେଶ କୃଷିମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ମନୋଜ ଆହୁଜା, ପିଏମ୍ଏଫ୍ବିୱାଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଋତେଶ ଚୌହାନଙ୍କ ସମେତ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Follow Us