ଖାଉଟି ଅଭିଯୋଗର ତ୍ବରିତ ସମାଧାନ ପାଇଁ ଡିଜିଟାଲ ମାଧ୍ୟମର ଉପଯୋଗ ହେବ: ମନ୍ତ୍ରୀ ଗୋୟଲ

ସାହସ ଅଛି ତ ବାରାଣାସୀରୁ ଲଢ଼ି ଦେଖାଅ, ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ପୀୟୂଷ

image source-dnaindia

ନୂଆଦିଲ୍ଲୀ : ସାରା ଦେଶରେ ଖାଉଟି ଆୟୋଗଗୁଡ଼ିକ ଖାଉଟିମାନଙ୍କ ଅଭିଯୋଗର ଶୀଘ୍ର ଶୁଣାଣି କରି ତ୍ବରିତ ନ୍ୟାୟ ପ୍ରଦାନ ନିମେନ୍ତ ଗୁରୁତ୍ବ ଦିଆଯାଉଛି ବୋଲି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ ଓ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଆୟୋଜିତ ଏକ ଜାତୀୟ କର୍ମଶାଳାରେ କହିଛନ୍ତି। ଏଥି ସହ ସେ ଖାଉଟିମାନଙ୍କ ଅଭିଯୋଗର ଉତ୍ତର ଦେବା, ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିବା ଓ ଅନ୍ୟାନ୍ୟ ଡକୁମେଣ୍ଟ ଆଦାନପ୍ରଦାନ ଲାଗି ହ୍ବାଟ୍‌ଆପ୍ ଓ ଇମେଲ ପରି ଡିଜିଟାଲ ମାଧ୍ୟମର ଉପଯୋଗ କରିବା ପାଇଁ ସମସ୍ତ ଖାଉଟି ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟିମାନଙ୍କ ଅଭିଯୋଗର ତ୍ବରିତ ସମାଧାନ ଉପରେ ଆୟୋଜିତ ଏକ କର୍ମଶାଳାରେ ମନ୍ତ୍ରୀ ଏହା କହିଥିଲେ।

ମନ୍ତ୍ରୀ କହିଲେ ଯେ, ଖାଉଟି ଆୟୋଗଗୁଡ଼ିକ ଖାଉଟି ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ସମୟସୀମାର ଅନୁସରଣ କରିବା ଉଚିତ। ୩ରୁ ୫ ମାସ ଭିତରେ ପ୍ରତ୍ୟେକ ଅଭିଯୋଗକାରୀ ନ୍ୟାୟ ପାଇବା ଆବଶ୍ୟକ। ତ୍ବରିତ ସମାଧାନ ପାଇଁ ଉଭୟ ପକ୍ଷର ସମ୍ମତିରେ ମଧ୍ୟସ୍ଥତାକୁ ବି ଆଇନରେ ଅନୁମତି ଦିଆଯାଇଛି। ଏହାଦ୍ବାରା ପଡ଼ି ରହିଥିବା ମାମଲାଗୁଡ଼ିକର ସଂଖ୍ୟା ହ୍ରାସ ପାଇପାରିବ। ତା’ଛଡ଼ା ଡିଜିଟାଲ ମାଧ୍ୟମର ବ୍ୟବହାର ଦ୍ବାରା ଦୂରତା ବାଧକ ହେବ ନାହିଁ ବୋଲି ଗୋୟଲ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe