ହୁଏତ ମୋ ଜାତକ ଦୋଷ ପାଇଁ ମୁଁ ବିନା ଦୋଷରେ ବି ଦୋଷୀ ହୋଇଯାଏ: ଦିଗବିଜୟ ସିଂହ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ୫ ବର୍ଷ ପୂର୍ବେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ପାଇଁ ସେ ସିଧାସଳଖ କମଲନାଥଙ୍କୁ ଦାୟୀ କରିଛନ୍ତି। 

New Project (55)

ନୂଆଦିଲ୍ଳୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ୫ ବର୍ଷ ପୂର୍ବେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ପାଇଁ ସେ ସିଧାସଳଖ କମଲନାଥଙ୍କୁ ଦାୟୀ କରିଛନ୍ତି। 

ଦିଗବିଜୟ ଅଭିଯୋଗ କରିଛନ୍ତି ଯେ କମଲନାଥ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦାବିକୁ ଗ୍ରହଣ କରିନଥିଲେ, ଯାହାକି ରାତ୍ରୀଭୋଜନ ସମୟରେ ସହମତ ହୋଇଥିଲା। ଏହି କାରଣରୁ ସରକାରର ପତନ ଘଟିଛି।

ଗଣାମଧ୍ୟ ସହ ଏକ ଆଲୋଚନାରେ ଦିଗବିଜୟ କହିଛନ୍ତି, ‘‘ଏହା ଦୁଃଖର କଥା ଯେ ଯେଉଁମାନଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ଥିଲା, ସେଇମାନେ ହିଁ ଆମ ସହ ପ୍ରତାରଣା କରିଛନ୍ତି। କୌଣସି ଆଦର୍ଶଗତ ସଂଘର୍ଷ ନଥିଲା। ଏହା ବ୍ୟକ୍ତିତ୍ୱର ସଂଘର୍ଷ ଥିଲା।’’

ଯେତେବେଳେ ଦିଗବିଜୟଙ୍କୁ ପଚରାଗଲା ଯେ କମଲନାଥ ଗ୍ବାଲିୟର-ଚମ୍ବଲ ବିଭାଜନ ସହିତ ଜଡିତ ଦାବିଗୁଡ଼ିକୁ ଗ୍ରହଣ କରିଥିଲେ ହୁଏତ ଏପରି ଅବସ୍ଥା ଉପୁଜିନଥାନ୍ତା ! ଏହି କଥାକୁ ସେ ସ୍ବୀକାର କରି କହିଛନ୍ତି କି ହୁଏତ ଏପରି ଉପୁଜିନଥାନ୍ତା ବୋଲି। 

ଦିଗ୍‌ବିଜୟଙ୍କୁ ଯେତେବେଳେ ପଚରାଗଲା କି ‘ଆପଣଙ୍କ ସକାଶେ କମଲନାଥ ସରକାର ଭାଙ୍ଗିଗଲା କି? ଏହାକୁ ସେ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ହେଲା ଏପରି ଏକ ପ୍ରଚାର ହେଉଥିଲା ‌ଯେ ମୋର ଓ ସିଦ୍ଧିୟାଙ୍କ ଗଣ୍ଡଗୋଳ କମଲନାଥ ସରକାର ଭାଙ୍ଗିବାର କାରଣ। ମାତ୍ର ଏହା ମୋର ଜାତକ ଦୋଷ ହୋଇପାରେ। ମୁଁ କିଛି ନକରି ବି ମୋତେ ଅଧିକାଂଶ ସମୟରେ ଦୋଷୀ ସଜାଯାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe