ଦିଗ୍‌ବିଜୟଙ୍କ ବିବାଦୀୟ ବୟାନ : ‘ଆଇଏସଆଇଠାରୁ ଟଙ୍କା ନେଉଛି ବିଜେପି, ବଜରଙ୍ଗ ଦଳ’

କର୍ଣ୍ଣାଟକ ହାଇକୋର୍ଟରୁ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ମିଳିଲା ବଡ଼  ଝଟକା

Zee News

ଭିଣ୍ଡ୍‌ : କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଏକ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ବିଜେପି ଏବଂ ବଜରଙ୍ଗ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇଠାରୁ ଟଙ୍କା ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହିତ ମୁସଲିମଙ୍କ ଅପେକ୍ଷା ଅଣମୁସଲିମ୍‌ମାନେ ଆଇଏସଆଇ ପାଇଁ ଅଧିକ ଗୁଇନ୍ଦାଗିରି କରୁଛନ୍ତି। ଲୋକମାନେ ଏହା ବୁଝିବା ଦରକାର ବୋଲି ସେ କହିଛନ୍ତି। ମହାରାଣା ପ୍ରତାପଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଏଠାରେ ଆୟୋଜିତ ଏକ ସଭାରେ ଦିଗବିଜୟ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ତେବେ ପରେ ଦିଗବିଜୟ ଏହାକୁ ଖଣ୍ଡନ କରିଛନ୍ତି। ଏକ ଟ୍ବିଟ୍‌ରେ ସେ କହିଛନ୍ତି, ଆଇଏସଆଇଠାରୁ ବିଜେପି ଟଙ୍କା ନେଇ ଗୁଇନ୍ଦାଗିରି କରୁଛି ବୋଲି କିଛି ଚ୍ୟାନେଲ ସମ୍ବାଦ ପ୍ରସାରଣ କରୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ମିଛ। ତେବେ ଅନ୍ୟ ଏକ ଟ୍ବିଟ୍‌ରେ ସେ କହିଛନ୍ତି, ବିଜେପି ଆଇଟି ସେଲ୍‌ର କେତେଜଣ ସଦସ୍ୟ ମଧ୍ୟପ୍ରଦେଶ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ସେମାନେ ପାକିସ୍ତାନର ଆଇଏସଆଇଠାରୁ ଟଙ୍କା ନେଇ ଏହା ପାଇଁ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ରହିଛି। ଏହି ମନ୍ତବ୍ୟରୁ ସେ ଓହରିନାହାନ୍ତି ବୋଲି କହିଛନ୍ତି। ଦିଗବିଜୟଙ୍କ ବୟାନ ଉପରେ ବିଜେପି ନେତା ଶିବରାଜ ସିଂହ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଖବରରେ ରହିବା ପାଇଁ ଦିଗବିଜୟ ବିବାଦୀୟ ମନ୍ତବ୍ୟ ଦିଅନ୍ତି। ସେ ଏବଂ ତାଙ୍କ ନେତା ପାକିସ୍ତାନର ଭାଷା କୁହନ୍ତି ବୋଲି ଶିବରାଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe