ଭୋପାଳ : ଇଭିଏମ୍ ଜାଲିଆତିକୁ ନେଇ ଏବେ ଜୋରଦାର ବିବାଦ ହୋଇଥିବା ବେଳେ ଷ୍ଟ୍ରଙ୍ଗରୁମ୍ରୁ ମଧ୍ୟ ଇଭିଏମ୍ ସ୍ଥାନାନ୍ତର ହେଉଥିବା ଅଭିଯୋଗ କରିଛି କଂଗ୍ରେସ। ବିରୋଧୀ ଦଳଗୁଡ଼ିକ କେତେକ ଭିଡିଓ ଫୁଟେଜ୍ ସହ ଏନେଇ ନିର୍ବାଚନ କମିସନ୍ଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଏଭଳି ଅଭିଯୋଗର ଭିତ୍ତିହିନ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିବା ସତ୍ତ୍ବେ ଭୋପାଳ ଆସନର କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ଭୋପାଳ ଜିଲ୍ଲା ଜେଲ୍ରେ ପ୍ରତିଷ୍ଠା ହୋଇଥିବା ଷ୍ଟ୍ରଙ୍ଗ୍ରୁମ୍ ଗସ୍ତ କରିଛନ୍ତି। ଷ୍ଟ୍ରଙ୍ଗରୁମ୍ ବାହାରେ କିଛି ସମୟ ଅତିବାହିତ କରି ଦିଗବିଜୟ ସ୍ଥିତି ଉପରେ ନଜର ରଖିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us