ନୂଆଦିଲ୍ଲୀ: ଶନିବାର CWC ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ, ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆରଏସଏସ ସଂଗଠନର ପ୍ରଶଂସା କରିଥିଲେ। ଏହି ପୋଷ୍ଟ ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ନିଜ ଦଳର ଲୋକ ତାଙ୍କୁ ବିରୋଧ କରିବାରୁ ଏବେ ଦିଗବିଜୟ ସିଂହ ଏହି ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ସେ କେବଳ ସଂଗଠନର ପ୍ରଶଂସା କରିଥିଲେ, ମୋଦୀଙ୍କର ନୁହେଁ।
ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧୀ ଥିଲି ଓ ରହିବି
ଦିଗବିଜୟ ସିଂହ ନିଜ ଟ୍ୱିଟ ଉପରେ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, "ମୁଁ ସଂଗଠନକୁ ସମର୍ଥନ କରେ। କିନ୍ତୁ ମୁଁ RSS ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଘୋର ବିରୋଧୀ। ଆପଣ ଭୁଲ ବୁଝିଛନ୍ତି। ମୁଁ ସଂଗଠନର ପ୍ରଶଂସା କରିଛି। କିନ୍ତୁ ମୁଁ RSS, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସେମାନଙ୍କର ନୀତିର ଘୋର ବିରୋଧୀ ଥିଲି, ଅଛି ଏବଂ ରହିବି।"
दिल्ली: कांग्रेस सांसद दिग्विजय सिंह ने अपने ही ट्वीट पर प्रतिक्रिया देते हुए कहा, "मैं संगठन का पक्षधर करता हूं, लेकिन मैं RSS और PM मोदी का विरोधी हूं। आपको गलतफहमी हुई है। मैंने संगठन की तारीफ की है, लेकिन मैं RSS और PM मोदी और उनकी नीतियों का कड़ा विरोधी था, हूं और रहूंगा।" pic.twitter.com/r1NJUADy0Y
— IANS Hindi (@IANSKhabar) December 27, 2025
ପ୍ରଥମେ ପ୍ରଶଂସା, ଏବେ ସ୍ପଷ୍ଟୀକରଣ
ଏହା ମନେ ହେଉଛି ଯେ, ଦିଗବିଜୟ ତାଙ୍କ ଟ୍ୱିଟ୍ ପାଇଁ ଦଳ ଭିତରେ ବହୁତ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି, ଯାହା ତାଙ୍କୁ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ କରିଛି।
କ’ଣ ଲେଖିଥିଲେ ଦିଗବିଜୟ?
ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ସେୟାର କରିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ପାଦତଳେ ବସିଥିବାର ଦେଖାଯାଇଥିଲା। ଫଟୋ ସହିତ କଂଗ୍ରେସ ନେତା ଲେଖିଥିଲେ, "ଆରଏସଏସର ଜଣେ ତୃଣମୂଳ ସ୍ବୟଂସେବକ ଏବଂ ବିଜେପିର କର୍ମୀ ନେତାମାନଙ୍କ ପାଦ ତଳେ ବସି ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ସଂଗଠନର ଶକ୍ତି।"
/sambad/media/post_attachments/aajtak/styles/medium_crop_simple/public/images/story/202512/whatsapp_image_2025-12-28_at_11.58.20-784021.jpeg)
ଆହୁରି ପଢ଼ନ୍ତୁ: Bangladesh Violence: ଷଡ଼ଯନ୍ତ୍ର କରି ଦୀପୁଙ୍କୁ ଦଙ୍ଗାକାରୀଙ୍କ ହାତକୁ ଠେଲି ଦେଇଥିଲେ ସହକର୍ମୀ, ଖୁଲାସା କଲେ ପ୍ରତ୍ୟକ୍ଷଦର୍ଶୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/28/digvijay-singh-2025-12-28-12-46-43.jpg)