ତଦନ୍ତ ଅଧିକାରୀଙ୍କ ଉପରେ ଆକ୍ରମଣର ଯୋଜନା କରିବା ଘଟଣା: ଜାନୁଆରି ୨୭ପର୍ଯ୍ୟନ୍ତ ଅଭିନେତା ଦିଲୀପଙ୍କୁ ଗିରଫ ନକରିବାକୁ କହିଲେ କେରଳ ହାଇକୋର୍ଟ

Advertisment
ତଦନ୍ତ ଅଧିକାରୀଙ୍କ ଉପରେ ଆକ୍ରମଣର ଯୋଜନା କରିବା ଘଟଣା: ଜାନୁଆରି ୨୭ପର୍ଯ୍ୟନ୍ତ ଅଭିନେତା ଦିଲୀପଙ୍କୁ ଗିରଫ ନକରିବାକୁ କହିଲେ କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଜାନୁଆରି ୨୭ପର୍ଯ୍ୟନ୍ତ ଗିରଫ ହୋଇପାରିବେ ନାହିଁ ଅଭିନେତା ଦିଲୀପ। ଆଜି ଏନେଇ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ଜଣେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ କରିଥିବା ନେଇ ଆରୋପ ଲାଗିଥିବା ଦିଲୀପଙ୍କ ଉପରେ ତଦନ୍ତ କରୁଥିବା ଅଫିସର ଆଉ ଏକ ଅଭିଯୋଗ ଆଣିଥିଲେ। ଏକ ଅଡିଓ କ୍ଲିପ ଶୁଣାଇ ଦିଲୀପ ତଦନ୍ତ କରୁଥିବା ଅଫିସରଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ କୋର୍ଟକୁ କହିଥିଲେ ତଦନ୍ତ କରୁଥିବା ଟିମ୍। ତେବେ ଏହି ଅଭିଯୋଗ ଉପରେ ଶୁଣାଣି କରି ଆଜି ଜାନୁଆରି ୨୭ପର୍ଯ୍ୟନ୍ତ ଅଭିନେତା ଦିଲୀପଙ୍କ ଗିରଫ କରାଯିବ ନାହିଁ ବୋଲି ରାୟ ଶୁଣାଣିଛନ୍ତି କେରଳ ହାଇକୋର୍ଟ।

ଶୁଣାଣି ସମୟରେ ଦିଲୀପଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଘଟଣାର ୫ବର୍ଷ ପରେ ଦିଲୀପଙ୍କୁ ଫସାଇବାକୁ ତଦନ୍ତକାରୀ ଟିମ୍ ଏଭଳି ଜାଲ ବିଛାଉଛି। ମିଛ ଅଡିଓ ରେକର୍ଡିଂ ଶୁଣାଇ ଦିଲୀପଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଜାନୁଆରି ୯ରେ ଦିଲୀପଙ୍କ ଏକ ଅଡିଓ କ୍ଲିପ୍ ଆଧାରରେ ତଦନ୍ତ ଅଧିକାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଅଡିଓ କ୍ଲିପରେ ଯୌନ ଶୋଷଣ ମାମଲାର ଅନୁସନ୍ଧାନ କରୁଥିବା ଜଣେ ଅଧିକାରୀଙ୍କ ଉପରେ ଆକ୍ରମଣ କରିବାକୁ ଦିଲୀପ କହୁଥିବା ଶୁଣିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe