ଦିଲ୍ଲୀପ ତିର୍କୀଙ୍କ ବାୟୋପିକ୍‌ ସିନେମା : ପୁରୁଷ ବିଶ୍ୱକପ୍‌ ହକି ପୂର୍ବରୁ ମୁକ୍ତିଲାଭ

ଦିଲ୍ଲୀପ ତିର୍କୀଙ୍କ ବାୟୋପିକ୍‌ ସିନେମା : ପୁରୁଷ ବିଶ୍ୱକପ୍‌ ହକି ପୂର୍ବରୁ ମୁକ୍ତିଲାଭ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପୁରୁଷ ବିଶ୍ୱ କପ୍‌ ହକି ପୂର୍ବରୁ ରାଜ୍ୟସଭା ସାଂସଦ ତଥା ଭାରତୀୟ ହକିଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରାଯିବ। ହକି ଇତିହାସରେ ଓଡ଼ିଶାର ସ୍ୱର୍ଣ୍ଣିମ ଗୌରବକୁ ଫେରାଇ ଆଣିବା ପାଇଁ ବିଶ୍ୱକପ୍‌ ସମୟରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚତ୍ର ଭବିଷ୍ୟତ ପିଢ଼ିଙ୍କୁ ହକି ପାଇଁ ପ୍ରୋତ୍ସାହିତ କରାଇବ ବୋଲି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କହିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ କାହାଣୀ ଲେଖା ସରିଥିବା ବେଳେ ସଂସଦର ବଜେଟ ଅଧିବେଶନ ପରେ ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଖୋଦ୍‌ ଅନୁଭବ ମହାନ୍ତି ସାଂସଦ ତିର୍କୀଙ୍କ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚତ୍ରରେ ହକି ଓ ଦିଲ୍ଲୀପଙ୍କ ସଂଘର୍ଷ ବ୍ୟତୀତ କିଛି ଅକୁହା କଥା ମଧ୍ୟ ଦର୍ଶକ ଦେଖିବାକୁ ପାଇବେ ବୋଲି ସାଂସଦ ମହାନ୍ତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ୩ ତାରିଖରେ ସାଂସଦ ତିର୍କୀ ରାଜ୍ୟସଭାରୁ ଅବସର ନେଉଛନ୍ତି।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe