ମହାରାଷ୍ଟ୍ର ଗୃହମନ୍ତ୍ରୀ ହେବେ ଦିଲୀପ ୱାଲସେ ପାଟିଲ, ଅବକାରୀ ମନ୍ତ୍ରାଳୟ ଦାୟିତ୍ବ ତୁଲାଇବେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର

Advertisment
ମହାରାଷ୍ଟ୍ର ଗୃହମନ୍ତ୍ରୀ ହେବେ ଦିଲୀପ ୱାଲସେ ପାଟିଲ, ଅବକାରୀ ମନ୍ତ୍ରାଳୟ ଦାୟିତ୍ବ ତୁଲାଇବେ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର

indiatoday

ମୁମ୍ବାଇ: ଏନସିପି ନେତା ଦିଲୀପ ୱାଲସେ ପାଟିଲ ହେବେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ। ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେବା ପରେ ଏନସିପି ନେତା ଦିଲୀପ ୱାଲସେ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ହେବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଇସ୍ତଫାକୁ ରାଜ୍ୟପାଳ ଭଗତ ସିଂ କୋଶାୟାରୀଙ୍କ ନିକଟକୁ ପଠାଇ ଦେବା ସହ ଏନସିପି ନେତା ଦିଲୀପ ୱାଲସେ ପାଟିଲ ବର୍ତ୍ତମାନ ରାଜ୍ୟ ଗୃହ ବିଭାଗର ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି।

ଦିଲୀପ ୱାଲସେ ପାଟିଲ ବର୍ତ୍ତମାନ ଶ୍ରମ ଏବଂ ଅବକାରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି। ମହାରାଷ୍ଟ୍ର ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ରାଜ୍ୟ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ଅବକାରୀ ମନ୍ତ୍ରାଳୟ ଦିଆଯିବ। ଏହା ସହ ଶ୍ରମ ମନ୍ତ୍ରାଳୟର ଦାୟିତ୍ବ ବୁଝିବେ ହସନ ମୁଶ୍ରିଫ।

publive-image India TV News

ସୂଚନା ମୁତାବକ, ଆଜି ଅନୀଲ ଦେଶମୁଖଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ଦେଖା କରିଥିଲେ । ସେଠାରୁ ଫେରି ସେ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପଠାଇଥିବା ଜଣାପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ ଅନୀଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କି ଅନୀଲ ତାଙ୍କୁ ଏବଂ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଚାପ ପକାଉଥିଲେ । ଏନେଇ ପରମବୀର ସିଂ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ପ୍ରାଥମିକ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe