Pledge Times
ନୂଆଦିଲ୍ଲୀ: ଦିନକୁ ଦିନ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନକୁ ଲୋକମାନଙ୍କ ସମର୍ଥନ କରିବାକୁ ଆଗେଇ ଆସୁଛନ୍ତି। ଆଜିକୁ ମିଶାଇଲେ ୧୧ ଦିନରେ ପହଞ୍ଚି ଥିବା ଏହି ଆନ୍ଦୋଳନକୁ ନେଇ ସରକାର କୌଣସି ପ୍ରକାର ସମାଧାନର ରାସ୍ତା ବାହାର କରି ପାରି ନାହାନ୍ତି।
ତେବେ ଆନ୍ଦୋଳନରତ ୪୦ଟି କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି (ମଙ୍ଗଳବାର) ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ବିଲଉଡ ତାରକା ବି ସମର୍ଥନ ଜଣାଇଛନ୍ତି। ଅଭିନେତା ଦିଲଜିତ ଦୋସାନଝ ଓ ସୋନୁ ସୁଦଙ୍କ ଟୁଇଟ ଭାଇରାଲ ହେବାରେ ଲାଗିଛି। ଏଥିରେ ସେମାନେ ଭାରତ ବନ୍ଦ ନେଇ ସମର୍ଥନ ଜଣାଇଥିବା କଥା ଉଲ୍ଲେଖ କରିଛନ୍ତି।
ଦିଲଜିତ ଦୋସାନଝ ପଞ୍ଜାବୀରେ ଟୁଇଟ କରି ଲେଖିଛନ୍ତି, ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ। ସେହିପରି ଆଉ ଏକ ଟୁଇଟରେ ଲେଖିଛନ୍ତି, ‘ଅନ୍ନଦାତା, ଏମିତି ଭଗବାନ ରୂପକୁ ଆତଙ୍କବାଦୀ କହିବା ବନ୍ଦ କର।’
ଦିଲଜିତଙ୍କ ବ୍ୟତୀତ ଅଭିନେତା ସୋନୁ ସୁଦ ଲେଖିଛନ୍ତି, ‘ଚାଷୀ ଅଛନ୍ତି ବୋଲି ଆମେ ଅଛୁ।’
ଦୁହିଁଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Follow Us