ମୈନପୁରୀରୁ ଜିତିଲେ ଡିମ୍ପଲ: ଆଜମ ଖାନ୍‌ଙ୍କ ଗଡ଼ରେ ବିଜେପିର ବିଜୟ

Advertisment

ବିହାରରେ ନୀତୀଶଙ୍କ ନେତୃତ୍ବାଧୀନ ମେଣ୍ଟକୁ ମାତ୍‌ ଦେଲା ବିଜେପି

ବିହାରରେ ନୀତୀଶଙ୍କ ନେତୃତ୍ବାଧୀନ ମେଣ୍ଟକୁ ମାତ୍‌ ଦେଲା ବିଜେପି

ମୈନପୁରୀରୁ ଜିତିଲେ ଡିମ୍ପଲ: ଆଜମ ଖାନ୍‌ଙ୍କ ଗଡ଼ରେ ବିଜେପିର ବିଜୟ

ନୂଆଦିଲ୍ଲୀ: ୫ ରାଜ୍ୟରେ ଗୋଟିଏ ଲୋକସଭା ଆସନ ଏବଂ ୬ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ୫ଟି ରାଜ୍ୟ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଛତିଶଗଡ଼ ଏବଂ ଓଡ଼ିଶାରେ ଗତ ୫ ତାରିଖରେ ଉପନିର୍ବାଚନ ହୋଇଥିଲା। ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ନିର୍ବାଚନ ଜିତିବା ସହ ଉକ୍ତ ଆସନ ପୁଣିଥରେ ସପା ଦଖଲକୁ ଯାଇଛି। ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ ଉକ୍ତ ଆସନରେ ଲଢ଼ିଥିଲେ ଏବଂ ୨ଲକ୍ଷ ୮୦ ହଜାରରୁ ଅଧିକ ଭୋଟ୍‌ରେ ସେ ନିର୍ବାଚନ ଜିତିଛନ୍ତି।

ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ରାମପୁର ସଦର ଏବଂ ଖତୌଲି ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା। ବିଜେପି ପ୍ରାର୍ଥୀ ଆକାଶ ସା‌କ୍ସେନା ଆଜମ ଖାନ୍‌ଙ୍କ ଗଡ଼ ରାମପୁରରେ ବିଜୟୀ ହୋଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ଏହି ଆସନରେ ନିର୍ବାଚନ ଜିତିଛି। ସପାର ଅସୀମ ରାଜାଙ୍କୁ ବିଜେପିର ଆକାଶ ସାକ୍ସେନା ହରାଇଛନ୍ତି। ଅନ୍ୟପକ୍ଷେ ଖତୌଲିରେ ଏସ୍‌ପି-ଆର୍‌ଏଲଡି ମେଣ୍ଟର ମଦନ ଭୈୟା ୨୨,୦୫୪ ଭୋଟ୍‌ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି। ବିଜେପି ପ୍ରାର୍ଥୀ ରାଜକୁମାରୀ ସାଇନିଙ୍କୁ ‌ସେ ହରାଇଛନ୍ତି।

ବିଜେପିର କେଦାର ପ୍ରସାଦ ଗୁପ୍ତା ବିହାରର କୁରହାନୀ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଜିତିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମହାମେଣ୍ଟକୁ ଏହା ଏକ ଝଟ୍‌କା। ଛତିଶଗଡ଼ର ଭାନୁପ୍ରତାପପୁରରେ କଂଗ୍ରେସ ଜିତିଛି । ଓଡ଼ିଶାର ପଦ୍ମପୁରରେ ବିଜେଡି ଜିତିଥିବାବେଳେ ରାଜସ୍ଥାନର ସର୍‌ଦାରସହରରେ କଂଗ୍ରେସ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe