କେତେ ବିମାନ ଖସିଛି ସରକାର କାହିଁକି ଦେଉ ନାହାନ୍ତି ଏହାର ଉତ୍ତର: ଡିମ୍ପଲ ଯାଦବ

ଡିମ୍ପଲ କହିଛନ୍ତି, ‘ସରକାର ଜାଣି ରଖିବା ଉଚିତ ଯେ ସତ କେବେ ଲୁଚି ରୁହେ ନାହିଁ। ଏହା ଦିନେ ନା ଦିନେ ସାମ୍ନାକୁ ଆସିବ। ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ସରକାରଙ୍କ ଧର୍ମ।

New P32t (36)

ନୂଆଦିଲ୍ଲୀ: ମଙ୍ଗଳବାର ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଲୋକସଭାରେ ନିଜର ମତ ରଖିଥିଲେ। 
ମତ ରଖି ଡିମ୍ପଲ ଯାଦବ କହିଥିଲେ,‘ ସେନା ଆମର ସମ୍ମାନ ଏବଂ ଗର୍ବ। ଅପରେସନ ସିନ୍ଦୂର ଜରିଆରେ ଆମର ସେନା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକ ଉପରେ ଆକ୍ରମଣ କରି ଧ୍ବଂସ କରିଥିଲା। 
ମୋର ପ୍ରଶ୍ନ ହେଉଛି ଏପରି ପରିସ୍ଥିତିରେ ଯୁଦ୍ଧବିରତି କାହିଁକି ହୋଇଥିଲା? ମୁଁ କହିବି ପହଲଗାମରେ ହୋଇଥିବା ଆକ୍ରମଣ ମଧ୍ୟ ଆମ ଦେଶର ସୁରକ୍ଷା ଉପରେ ଆକ୍ରମଣ ସହିତ ସାମନ। ଗୋଟିଏ ପଟେ ସରକାର ଦାବି କରୁଛନ୍ତି ଯେ କାଶ୍ମୀରରେ ସବୁକିଛି ସ୍ୱାଭାବିକ ଅଛି, ଅନ୍ୟପଟେ ସୁରକ୍ଷା କିପରି ବିପର୍ଯ୍ୟସ୍ତ ହୋଇଥିଲା। କିଛି ଦୋଷ ନଥାଇ କିପରି ଭାବେ ଏତେ ଲୋକ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଦେଲେ।

ବାରମ୍ବାର ଲୋକେ ଅପରେସନ ସିନ୍ଦୂରର ଆକ୍ରମଣ କିପରି, କାହିଁକି ଏବଂ ଏହି ଆକ୍ରମଣରେ ଆମର କେତେ ବିମାନ ଖସି ପଡ଼ିଛି ତାହାକୁ ନେଇ ପ୍ରଶ୍ନ କରି ଆସୁଛନ୍ତି। ଏସବୁ ପ୍ରଶ୍ନର ଉତ୍ତର ସରକାର କାହିଁକି ଦେଉ ନାହାନ୍ତି। ଏସବୁର ଉତ୍ତର ଦେବାରେ ସରକାରଙ୍କର କ'ଣ ଅସୁବିଧା ଅଛି ତାହା ମୁଁ ବୁଝି ପାରୁ ନାହିଁ। ସରକାର ଜାଣି ରଖିବା ଉଚିତ ଯେ ସତ କେବେ ଲୁଚି ରୁହେ ନାହିଁ। ଏହା ଦିନେ ନା ଦିନେ ସାମ୍ନାକୁ ଆସିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe