ଶଶୁରଙ୍କ ସମ୍ମାନ ରଖିଲେ ବୋହୂ, ମୈନପୁରୀ ଆସନରେ ବିଜୟୀ ହେଲେ ଡିମ୍ପଲ ଯାଦବ

Advertisment
ଶଶୁରଙ୍କ ସମ୍ମାନ ରଖିଲେ ବୋହୂ, ମୈନପୁରୀ ଆସନରେ ବିଜୟୀ ହେଲେ ଡିମ୍ପଲ ଯାଦବ

ମୈନପୁରୀ: ଶଶୁରଙ୍କ ସମ୍ମାନ ରଖିଲେ ବୋହୂ। ବିପୁଳ ଭୋଟ ପାଇ ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରେ ବିଜୟୀ ହେଲେ ସମାଜବାଦୀ ପାର୍ଟୀ(ସପ‌ା) ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ। କଡ଼ା ସୁରକ୍ଷା ମଧ୍ୟରେ ଆଜି ମୈନପୁରୀ ଉପନିର୍ବାଚନ ପାଇଁ ଭୋଟ୍ ଗଣନା କରାଯାଇଥିଲା। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ସମାଜବାଦୀ ପାର୍ଟୀ(ସପ‌ା) ପ୍ରାର୍ଥୀ ଡିମ୍ପଲ ଯାଦବ ଆଗରେ ରହିଥିଲେ। ଏବେ ଫଳାଫଳ ଆସିଥିବା ବେଳେ ଡିମ୍ପଲ ଯାଦବ ବିଜେପି ପ୍ରାର୍ଥୀ ରଘୁରାଜ ସିଂ ଶାକ୍ୟଙ୍କୁ ପରାସ୍ତ କରିଥିବା ଜଣାପଡ଼ିଛି।

ସପା ପ୍ରାର୍ଥୀ ଡିମ୍ପଲ ଯାଦବ ୬୧୭୬୨୫ ଭୋଟ ପାଇଥିବାବେଳେ ରଘୁରାଜ ସିଂ ୩୨୯୪୮୯ ଭୋଟ୍ ପାଇଛନ୍ତି। ଅର୍ଥାତ୍ ଡିମ୍ପଲ୍, ବିଜେପି ପ୍ରାର୍ଥୀଙ୍କୁ ୨୮୮୧୩୬ ଭୋଟରେ ପରାସ୍ତ କରିଛନ୍ତି। ମୈନପୁରୀକୁ ମୁଲାୟମ ସିଂହ ଯାଦବଙ୍କ ପାରିବାରିକ ଆସନ ବିବେଚନା କରାଯାଏ। ୨୦୧୯ରେ ମୋଦୀ ଲହର ସତ୍ତ୍ବେ ମୁଲାୟମ ଏହି ଆସନରେ ନିର୍ବାଚନ ଜିତିଥିଲେ। ୧୯୯୬ ପରେ ମୁଲାୟମ ସିଂ ଯାଦବ ମୈନପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ ଏବଂ ଏ ପର୍ଯ୍ୟନ୍ତ ସପା ଏହି ଆସନରୁ ଜିତି ଆସୁଥିଲା। ତେବେ ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ମୈନ୍‌ପୁରୀର ସାଂସଦ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ଯୋଗୁଁ ସେଠାରେ ଉପନିର୍ବାଚନ କରାଯାଇଥିଲା। ଏହି ଆସନରୁ ତାଙ୍କ ବୋହୂ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍‌ ଯାଦବ ପ୍ରାର୍ଥିନୀ ହୋଇଥିଲେ। ଆଉ ଏବେ ତାଙ୍କ ପରେ ତାଙ୍କ ବୋହୂ ମଧ୍ୟ ବିଜେପିକୁ ହରାଇ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe