ଜିନ୍ନାଙ୍କ ଶେଷ ସନ୍ତକ

Advertisment
ଜିନ୍ନାଙ୍କ ଶେଷ ସନ୍ତକ

ନିଉ ୟକ୍‌ର୍: ‘ପାକିସ୍ତାନର ଜନକ’ ଭାବେ ପ୍ରସିଦ୍ଧ ମୁହମ୍ମଦ ଅଲୀ ଜିନ୍ନାଙ୍କ ଏକ ମାତ୍ର ସନ୍ତାନ ଦୀନା ଓ୍ଵାଡ଼ିୟାଙ୍କର ନିଉ ୟକ୍‌ର୍ସ୍ଥିତ ନିଜ ବାସଭବନରେ ଅଠାନବେ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୭ ଅଗଷ୍ଟ୍‍ ୧୯୪୭ରେ ସବୁ ଦିନ ପାଇଁ ଭାରତ ଛାଡ଼ି, କରାଚୀ ଯିବା ପୂର୍ବରୁ ଜିନ୍ନା, କନ୍ୟା ଦୀନାଙ୍କୁ ସଙ୍ଗରେ ନେବା ପାଇଁ ଚାହିଁଥିଲେ। ତେବେ, ପୂର୍ବରୁ ଦୀନା ଭାରତ ଛାଡ଼ି, ପାକିସ୍ତାନରେ ରହିବା ପାଇଁ ସଫା ମନାକରିଦେଇଥିଲେ। ସେ, ଜିନ୍ନାଙ୍କ ଦ୍ୱିତୀୟ ପତ୍ନୀ ରତ୍ତନ ବାଈ, ଶ୍ରଦ୍ଧା ନାମ ‘ରତ୍ତୀ’ଙ୍କ ଏକ ମାତ୍ର ସନ୍ତାନ। ଜିନ୍ନାଙ୍କ ପ୍ରଥମ ପତ୍ନୀ ଏମିବାଈଙ୍କର ମାତ୍ର ପନ୍ଦର ବର୍ଷ ବୟସରେ ନିଃସନ୍ତାନ ଦେହାନ୍ତ ହୋଇଯାଇଥିଲା।

ରତ୍ତନ ବାଈଙ୍କ ଜନ୍ମ ମୁମ୍ବଈର ଏକ ପ୍ରସିଦ୍ଧ ପାରସୀ ପରିବାରରେ। ଜମଶେଦଜୀ ଟାଟାଙ୍କର ସେ ନିକଟ ସଂପର୍କୀୟା ଭଉଣୀ ଥିଲେ। ରତ୍ତନଙ୍କ ପିତା ଓ ଜିନ୍ନା ଥିଲେ ଘନିଷ୍ଠ ବନ୍ଧୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe