ତୃଣମୂଳ କଂଗ୍ରେସକୁ ବଡ଼ ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦୀନେଶ ତ୍ରିବେଦୀ

Advertisment
ତୃଣମୂଳ କଂଗ୍ରେସକୁ ବଡ଼ ଝଟକା: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ବା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଛି | ଆଜି ବରିଷ୍ଠ ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଦୀନେଶ ତ୍ରିବେଦୀ କହିଛନ୍ତି ଯେ ମୋ ରାଜ୍ୟରେ ହିଂସା ଘଟୁଛି ଏବଂ ଆମେ ଏଠାରେ କିଛି କହିପାରୁ ନାହୁଁ। ସୂଚନା ଥାଉ କି ଦୀନେଶ ତ୍ରିବେଦୀ ଟିଏମସିର ବରିଷ୍ଠ ନେତା ହୋଇଥିବାବେଳେ ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଥିଲେ |

ତେବେ ନିର୍ବାଚନର କିଛି ମାସ ପୂର୍ବରୁ, ରାଜ୍ୟସଭାରୁ ଦୀନେଶ ତ୍ରିବେଦୀଙ୍କ ଇସ୍ତଫା ମମତା ବାନାର୍ଜୀଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ତେବେ ଦୀନେଶ ତ୍ରିବେଦୀ ଟିଏମସିରେ ରହିବେ ନା ଅନ୍ୟ ଦଳର ହାତ ଧରିବେ ସେବାବଦରେ କିଛି ଜଣାପଡିନାହିଁ | ଦୀନେଶ ତ୍ରିବେଦୀ କହିଛନ୍ତି ଯେ, 'ମୋତେ ରାଜ୍ୟସଭାକୁ ପଠାଇଥିବା ଦଳ ପାଇଁ ମୁଁ କୃତଜ୍ଞ। ମୋ ରାଜ୍ୟରେ ହିଂସା ଘଟୁଛି ଏବଂ ମୁଁ ଏଥିପାଇଁ କିଛି କରିପାରୁନାହିଁ, ମୋର ଅନ୍ତରାତ୍ମା ​​ମୋତେ କହୁଛି ଯେ ଯଦି ତୁମେ ଏଠାରେ ବସି କିଛି କରିପାରିବ ନାହିଁ, ତେବେ ତୁମେ ଇସ୍ତଫା ଦେବା ଉଚିତ୍, ମୁଁ କିନ୍ତୁ ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି' |

ତେବେ ଦୀନେଶଙ୍କ ଇସ୍ତଫାକୁ ନେଇ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ ତଥା ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ କହିଛନ୍ତି ଯେ ତୃଣମୂଳ କଂଗ୍ରେସରେ ଅନେକ ସାଂସଦ ଓ ବିଧାୟକ ଅଛନ୍ତି ଯେଉଁମାନେ ନିସ୍ଵାର୍ଥ ଭାବେ ରାଜ୍ୟ ପାଇଁ କାମ କରିବାକୁ ଚାଁହୁଛନ୍ତି, ସେମାନେ ସେହି ଦଳରେ ରହିପାରିବେ ନାହିଁ | ଯଦି ବିଜେପିରେ ସେମାନେ ଯୋଗ ଦେବାକୁ ଚାଁହୁଛନ୍ତି, ତେବେ ଆମେ ସ୍ୱାଗତ କରୁଛୁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe