ଦିନେଶ ପ୍ରତାପ ସିଂ ରାୟବରେଲିରୁ ବିଜେପି ପ୍ରାର୍ଥୀ

Advertisment
ଦିନେଶ ପ୍ରତାପ ସିଂ ରାୟବରେଲିରୁ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ଦିନେଶ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏବରେଲିର ପୂର୍ବତନ ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ।

ତେବେ ଭାରତୀୟ ଜାତୀୟ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ପ୍ରିୟଙ୍କା ଗାନ୍ଧି ଏହି ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଥିବାବେଳେ, ଏବେ କୁହାଯାଉଛି ଯେ ପ୍ରିୟଙ୍କା ଏଥର ନିର୍ବାଚନ ଲଢିବେ ନାହିଁ ।

ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ୧୭ତମ ତାଲିକାରେ ଦୁଇଟି ନାମକୁ ଅନୁମୋଦନ କରିଛି। ରାୟବରେଲି ବ୍ୟତୀତ ବିଜେପି କୈସରଗଞ୍ଜରୁ ମଧ୍ୟ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରୁ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିଛି।

ଦିନେଶ ପ୍ରତାପ ସିଂହ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନେଶଙ୍କ କାନ୍ଧରେ ହାତ ରଖିଥିଲେ। ଏହାର ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଏହାପରେ ହିଁ ବିଜେପିରେ ତାଙ୍କର ପ୍ରତିଷ୍ଠା ବଢ଼ିଥିଲା। ଦିନେଶ ପ୍ରତାପ ସିଂହ ପୂର୍ବରୁ କଂଗ୍ରେସରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe