Times of India
ମୁମ୍ବାଇ: ‘ଦୃଶ୍ୟମ୍’ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିଶିକାନ୍ତ କାମତ୍ଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ସେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲ୍ର ଭେଣ୍ଟିଲେଟରରେ ଥିଲେ। ତାଙ୍କ ଶରୀରର ଏକାଧିକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅକାମୀ ହୋଇପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ। କାମତଙ୍କ ଅକାଳ ବିୟୋଗ ଖବର ପ୍ରଥମେ ବଲିଉଡ ଅଭିନେତା ରିତେଶ ଦେଶମୁଖ ଟ୍ବିଟ୍ କରି ଜଣାଇଛନ୍ତି।
ସବୁଦିନ ପାଇଁ ମୁଁ ତୁମ ଅନୁପସ୍ଥିତ ଅନୁଭବ କରିବି ବୋଲି ରିତେଶ କହିଛନ୍ତି। କାମତ ଦୀର୍ଘଦିନ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ। ଗତ ତୁଲାଇ ୩୧ରେ ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଭଳି ‘ଦୃଶ୍ୟମ୍’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଅଜୟ ଦେବଗନ୍ ମଧ୍ୟ ଟ୍ବିଟ୍ କରି କାମତଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରିଛନ୍ତି। ଦୃଶ୍ୟମ୍ ବ୍ୟତୀତ ମାଦାରି, ମୁମ୍ବାଇ ମେରି ଜାନ୍, ଫୋର୍ସ ଭଳି ହିଟ୍ ଫିଲ୍ମ ନିର୍ମାଣ କରି ବଲିଉଡରେ କାମତ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି।
Follow Us