କୋ-ୱିନରେ ଟିକାକରଣ ପାଇଁ ପଞ୍ଜିକରଣ କରିବାକୁ ୟୁଡିଆଇଡି କାର୍ଡ ବ୍ୟବହାର କରିପାରିବେ ଭିନ୍ନକ୍ଷମ ବ୍ୟକ୍ତି

Advertisment
କୋ-ୱିନରେ ଟିକାକରଣ ପାଇଁ ପଞ୍ଜିକରଣ କରିବାକୁ ୟୁଡିଆଇଡି କାର୍ଡ ବ୍ୟବହାର କରିପାରିବେ ଭିନ୍ନକ୍ଷମ ବ୍ୟକ୍ତି

Republic World

ନୂଆଦିଲ୍ଲୀ: କୋଭିଡ -୧୯ ଟିକାକରଣରେ ଭିନ୍ନକ୍ଷମମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି | କୋ-ୱିନ ୨.୦ରେ ଭିନ୍ନକ୍ଷମମାନଙ୍କର ପଞ୍ଜୀକରଣ ପାଇଁ ଫଟୋ ଆଇଡି ଭାବରେ ୟୁନିକ୍‌ ଡିସ୍‌ଆବିଲିଟି ଆଇଡେଣ୍ଟିଫିକେସନ୍‌ (ଶରୀରରେ ଶାରିରୀକ ଭିନ୍ନକ୍ଷମତାକୁ ପ୍ରଦର୍ଶନ କରୁଥିବା ଚିହ୍ନ)କାର୍ଡ ଅନ୍ତର୍ଭୂକ୍ତ କରିବାକୁ ରାଜ୍ୟମାନଙ୍କୁ କହିଛି କେନ୍ଦ୍ର।

udid card: Disability identification card can be used as photo ID for registration on Co-WIN 2.0, Health News, ET HealthWorld ET HealthWorld

ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଇଛି ଯେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ୟୁନିକ୍‌ ଡିସ୍‌ଆବିଲିଟି ଆଇଡେଣ୍ଟିଫିକେସନ୍‌ (ୟୁଡିଆଇଡି) କାର୍ଡରେ ସମସ୍ତ ଆବଶ୍ୟକୀୟ ବୈଶିଷ୍ଟ୍ୟ ରହିଛି। ନାମ, ଜନ୍ମ ବର୍ଷ, ଲିଙ୍ଗ ଏବଂ ବ୍ୟକ୍ତିର ଫଟୋଗ୍ରାଫ୍ ରହିଛି, ଯାହା କରୋନା ଟିକାକରଣର ପାଇଁ ପରିଚୟର ପତ୍ର ଆକାରରେ ବ୍ୟବହାର କରାଯାଇପାରିବ |

ମାର୍ଚ୍ଚ ୨ରେ ଜାରି ହୋଇଥିବା କୋ-ୱାଇନ୍ ୨.୦ ପାଇଁ ଗାଇଡ୍ ନୋଟ୍ ଅନୁଯାୟୀ, ସାତୋଟି ଫଟୋ ଆଇଡି ନିର୍ଦ୍ଦିଷ୍ଟ କରାଯାଇଥିଲା ଏବଂ ଟିକାକରଣ ପୂର୍ବରୁ ହିତାଧିକାରୀଙ୍କ ସେହି ଫଟୋ ଆଇଡି ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe