୪ ବିଚାରପତି ନିଯୁକ୍ତି ନେଇ କଲେଜିୟମ୍‌ରେ ମତଭେଦ

Advertisment

ଦୁଇ ବିଚାରପତିଙ୍କ ବିରୋଧ ପରେ ସୁପାରିସ ପ୍ରକ୍ରିୟା ଅଟକିଲା

ଦୁଇ ବିଚାରପତିଙ୍କ ବିରୋଧ ପରେ ସୁପାରିସ ପ୍ରକ୍ରିୟା ଅଟକିଲା

ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ନେଇ କଲେଜିୟମରେ ଦେଖାଦେଇଥିବା ମତଭେଦ ଏବେ ଚର୍ଚ୍ଚାରେ ରହିଛି। ପ୍ରଧାନ ବିଚାରପତି ୟୁ ୟୁ ଲଲିତଙ୍କ ପକ୍ଷରୁ ସୁପାରିସ ପାଇଁ ଯେଉଁ ୪ ନାମ ପଠାଯାଇଥିଲା ତାହାକୁ କଲେଜିୟମର ଦୁଇ ଜଣ ସଦସ୍ୟ ବିରୋଧ କରିଛନ୍ତି। ପ୍ରଧାନ ବିଚାରପତି ୫ ଜଣିଆ କଲେଜିୟମର ଅନ୍ୟ ବିଚାରପତିଙ୍କୁ ପତ୍ର ଲେଖି ସୁପ୍ରିମ୍‌କୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ନେଇ ସହମତି ଲୋଡ଼ିଥିଲେ। ତେବେ ବିଚାରବିମର୍ଶ ନକରି ଏଭଳି ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ଠିକ୍‌ ନୁହେଁ ବୋଲି ଦର୍ଶାଇ ୨ ଜଣ ବିଚାରପତି ତାଙ୍କ ମତ ରଖିବା ପରେ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ଏ ବାବଦ ସୁପାରିସ ପଠାଯିବା ସମ୍ଭାବନା ମଉଳି ଯାଇଛି।

ପ୍ରଧାନ ବିଚାରପତି କଲେଜିୟମକୁ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ କରିବାକୁ ପ୍ରସ୍ତାବ ପଠାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ବୈଠକରେ ୧୧ ଜଣଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା। ପ୍ରଧାନ ବଚାରପତି ଯେଉଁ ୪ ଜଣଙ୍କ ନାମ ଉପରେ ସହମତି ମାଗିଥିଲେ ସେମାନଙ୍କ ମଧ୍ୟରେ ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ ଆଉ ଜଣେ ସୁପ୍ରିମ୍‌କୋର୍ଟର ଓକିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe