‘ରିପବ୍ଲିକ୍ ଟିଭି’ କାର୍ଯ୍ୟକଳାପରେ ‘ବାର୍କ’ ମର୍ମାହତ

‘ରିପବ୍ଲିକ୍ ଟିଭି’ କାର୍ଯ୍ୟକଳାପରେ ‘ବାର୍କ’ ମର୍ମାହତ

Image Courtesy of DNA India

ନୂଆଦିଲ୍ଲୀ: ବ୍ୟକ୍ତିଗତ ଏବଂ ଗୋପନୀୟ ପତ୍ରାବଳୀକୁ ପ୍ରଘଟ କରିବା ସହ ସେଗୁଡ଼ିକୁ ଭୁଲ୍‌ ଭାବେ ଉପସ୍ଥାପନ କରି ‘ରିପବ୍ଲିକ୍ ନେଟ୍‌ୱାର୍କ’ ଯେଉଁ ଭଳି କାର୍ଯ୍ୟ କରିଛି ସେଥିଯୋଗୁଁ ‘ବ୍ରଡ୍‌କାଷ୍ଟ୍‌ ଅଡିଏନ୍ସ୍‌ ରିସର୍ଚ କାଉନ୍‌ସିଲ୍‌’ (ବାର୍କ) ଖୁବ୍‌ ମର୍ମାହତ ହୋଇଛି।

ରବିବାର ଦିନ ଏକ ବିବୃତିରେ ‘ବାର୍କ’ କହିଛି, ଚାଲିଥିବା ତଦନ୍ତ ବିଷୟରେ ‘ବାର୍କ ଇଣ୍ଡିଆ’ କୌଣସି ମନ୍ତବ୍ୟ ଦେଇ ନାହିଁ। ଆଇନ ପ୍ରବର୍ତ୍ତନ ଏଜେନ୍‌ସିକୁ ‘ବାର୍କ’ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛି। ବ୍ୟକ୍ତିଗତ ଏବଂ ଗୋପନୀୟ ପତ୍ରାବଳୀକୁ ପ୍ରଘଟ କରିବା ସହ ସେଗୁଡ଼ିକୁ ଭୁଲ୍‌ ଭାବେ ଉପସ୍ଥାପନ କରି ‘ରିପବ୍ଲିକ୍ ନେଟ୍‌ୱାର୍କ’ ଯେଉଁ ଭଳି କାର୍ଯ୍ୟ କରିଛି ସେଥିଯୋଗୁଁ ‘ବାର୍କ ଇଣ୍ଡିଆ’ ଅତ୍ୟନ୍ତ ମର୍ମାହତ।

publive-image Image Courtesy of India TV News

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ‘ରିପବ୍ଲିକ୍ ନେଟ୍‌ୱାର୍କ’ ବିରୋଧରେ ମାମଲା କେବେ ରୁଜୁ ହୋଇନାହିଁ ଏବଂ ସେଥିରେ କୌଣସି ପ୍ରକାର ଅନୈତିକ କାର୍ଯ୍ୟ ହୋଇ ନାହିଁ ବୋଲି ‘ବାର୍କ’ ସୁନିଶ୍ଚିତ କରିଛି ବୋଲି ଆଜି ‘ରିପବ୍ଲିକ୍ ନେଟ୍‌ୱାର୍କ’ ଦାବି କରିଥିଲା। ଏଥିସହ ‘ରିପବ୍ଲିକ୍ ନେଟ୍‌ୱାର୍କ’ ‘ବାର୍କ’ ପଠାଇଛି ବୋଲି କୁହାଯାଉଥିବା ଏକ ଇ-ମେଲ୍‌ ମଧ୍ୟ ରିଲିଜ୍ କରିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ରିପବ୍ଲିକ୍ ଟିଭି ‘ଟିଆର୍‌ପି’ ଜାଲିଆତି କରିବା କଥା ମିଛ ବୋଲି ମୁମ୍ବାଇ ପୁଲିସ କମିସନର୍‌ ପରମବୀର ସିଂହ ମନ୍ତବ୍ୟ ଦେଇଛନ୍ତି।

ମୁମ୍ବାଇ ପୁଲିସ ଉପରେ ପୂର୍ଣ୍ଣ ବିଶ୍ବାସ ଅଛି ଏବଂ ତଦନ୍ତ ବିଷୟରେ କୌଣସି ମନ୍ତବ୍ୟ ଦେବନାହିଁ ବୋଲି ମଧ୍ୟ ‘ବାର୍କ’ କହିଛି।

‘ଟିଆର୍‌ପି’ ଦୁର୍ନୀତି ଅଭିଯୋଗ ପରେ ଅକ୍ଟୋବର ୧୫ ତାରିଖ ଦିନ ‘ବାର୍କ’ ବିଭିନ୍ନ ଭାଷାର ନିଉଜ୍‌ ଚାନେଲ୍‌ମାନଙ୍କର ସାପ୍ତାହିକ ରେଟିଙ୍ଗ୍‌ ସାମୟିକ ଭାବେ ସ୍ଥଗିତ ରଖାଯିବା କଥା ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe