Disaster in America due to snow storm Photograph: (sambad.in)
ୱାଶିଂଟନ: ତୁଷାର ଝଡ଼ ଆମେରିକାରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତାପମାତ୍ରା ମାଇନସ୍କୁ ଖସିଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ଥର ତୁଷାର ଝଡ ଦଶନ୍ଧି ପୁରୁଣା ରେକର୍ଡ ଭାଙ୍ଗି ଦେଇପାରେ। ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗ ନିବେଦନ କରିଛି।
ଅନେକ ରାଜ୍ୟ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ହାଡ-ଭଙ୍ଗା ଥଣ୍ଡା ଯୋଗୁ ଏୟାର ଟ୍ରାଫିକ୍ ଏବଂ ସଡକ ଯାତାୟାତ ପ୍ରଭାବିତ ହୋଇଛି। ତୁଷାର ଝଡ଼ର ଦେଶର ସମସ୍ତଙ୍କୁ ଆତଙ୍କିତ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ତୁଷରେ ଝଡ଼ ଯୋଗୁ ଅନେକ ଅଞ୍ଚଳରେ ତାପମାତ୍ରା ମାଇନସ୍ ୧୮ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇପାରେ।
ଅଧିକ ପଢ଼ନ୍ତୁ: ଭାରତର ପଡ଼ୋଶୀ ଦେଶରେ ବିଭାଜନ ଆଶଙ୍କା!: ଆରାକାନ୍ ସେନା ବଦଳାଇବ ଏସିଆର ମାନଚିତ୍ର
ଆମେରିକାରେ ତୁଷାର ଝଡ଼ ଯୋଗୁ ହେଉଥିବା କ୍ରମାଗତ ତୁଷାରପାତ ଦ୍ବାରା ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଅନେକ ବିମାନବନ୍ଦରରେ ବରଫର ଘନ ଚାଦର ଘୋଡ଼େଇ ହୋଇ ରହିଛି। ଏହାକୁ ହଟାଇବାରେ ସରକାରୀ କର୍ମଚାରୀଙ୍କ ଦଳ ନିୟୋଜିତ ଅଛନ୍ତି।
ରାସ୍ତା ସଫା କରୁଥିବା ଦଳ ପକ୍ଷରୁ କୁହାଯାଇଛି ଯେ, ଅଧିକ ତୁଷାରପାତ ହେଉଛି, ଯେଉଁଥିପାଇଁ ରାସ୍ତା ସଫା କରିବାର କିଛି ସମୟ ପରେ ରାସ୍ତାରେ ପୁଣି ଏକ ମୋଟାସ୍ତରର ବରଫ ଜମା ହୋଇଯାଉଛି। ଆମେରିକାର କେତେକ ରାଜ୍ୟରେ ପ୍ରାୟ ୧୦ ଇଞ୍ଚ ତୁଷାରପାତ ହୋଇଥିଲା। କାନସାସ୍ ଏବଂ ଉତ୍ତର ମିସୌରୀର କିଛି ଅଂଶରେ ୧୪ ଇଞ୍ଚରୁ ଅଧିକ ବରଫ ଏବଂ କୁଆପଥର ବର୍ଷା ହୋଇଛି।
ଅଧିକ ପଢ଼ନ୍ତୁ: କରଞ୍ଜିଆରୁ ଆସି ନନ୍ଦନକାନନରେ ପହଞ୍ଚିଲା ଗୁରୁତର ଦନ୍ତା
Follow Us