ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଏୟାର ଇଣ୍ଡିଆ ବିମାନର ଭଡ଼ା ସଂପର୍କିତ ତଥ୍ୟ ଦେବାକୁ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିର୍ଦ୍ଦେଶ

Advertisment
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଏୟାର ଇଣ୍ଡିଆ ବିମାନର ଭଡ଼ା ସଂପର୍କିତ ତଥ୍ୟ ଦେବାକୁ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିର୍ଦ୍ଦେଶ

hindustantimes.com

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୩-୧୪ରୁ ୨୦୧୬-୧୭ ମଧ୍ୟରେ ବିଦେଶ ଗସ୍ତ ସମୟରେ ଏୟାର ଇଣ୍ଡିଆର ଚାର୍ଟର ବିମାନକୁ ଭଡାସୂତ୍ରରେ ବ୍ୟବହାର କରି କେତେ ଟଙ୍କା ଭଡ଼ା ବାବତକୁ ଦେଇଛନ୍ତି ତାହା ଦର୍ଶାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗ ବିଦେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ବିଷୟରେ ସବିଶେଷ ବିବରଣୀ ଦେବା ପାଇଁ ବିଦେଶ ମନ୍ତ୍ରାଳୟକୁ କହିଛି ଆୟୋଗ ।

publive-image NewIndianExpress

ଅବସରପ୍ରାପ୍ତ ସେନା ଅଧିକାରୀ କମାଣ୍ଡର ଲୋକେଶ ବାତ୍ରା ଆର୍ଥକ ବର୍ଷ ୨୦୧୩-୨୦୧୪ରୁ ୨୦୧୬-୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଯାତ୍ରାରେ କେତେ ଟଙ୍କା ବିମାନ ଭଡ଼ା ଦିଆଯାଇଛି ତାହା ସଂପର୍କରେ ସବିଶେଷ ଜାଣିବାକୁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ। ଏହାପରେ ବିଦେଶ ମନ୍ତ୍ରାଳୟ ନିଜ ପାଖରେ ଥିବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କୀତ ଦସ୍ତାବିଜ ତାଙ୍କୁ ପ୍ରଦାନ କରିଥିଲେ।

ଏଥିରେ ସନ୍ତୁଷ୍ଟ ନ ହୋଇ କମାଣ୍ଡର ଲୋକେଶ ବାତ୍ରା କେନ୍ଦ୍ରୀୟ ସୂଚନା କମିସନରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ ବୋଲି ସେ କହିଥିଲେ । ସେଥିପାଇଁ ସେ ବାଧ୍ୟ ହୋଇ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଦୃଷ୍ଟିକୁ ଏହା ଆଣିଥିବା ଦର୍ଶାଇଥିଲେ । ଏହାପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା କି ଏ ନେଇ ସମସ୍ତ ନଥିପତ୍ର ବିକ୍ଷିପ୍ତ ଭାବେ ବାୟୁସେନା, ଏୟାର ଇଣ୍ଡିଆ ଏବଂ ଅନ୍ୟ ମନ୍ତ୍ରାଳୟ ପାଖରେ ରହିଛି। ତେଣୁ ସମସ୍ତ ନଥିପତ୍ର ଏକକାଳୀନ ଦେବା ସମ୍ଭବ ନୁହେଁ।

publive-image Sakshi Post

ଏହାପରେ କେନ୍ଦ୍ରୀୟ ସୂଚନା ଆୟୋଗ ବିଦେଶ ମନ୍ତ୍ରାଳୟର ଯୁକ୍ତିକୁ ଗ୍ରହଣ ନ କରି ଆବେଦନକାରୀଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe