Image Source: Hindustan Times
ଡାଭୋସ୍: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସହ କଶ୍ମୀର ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବେ ଏବଂ ତାହା ନିଶ୍ଚୟ ଉପାଦେୟ ହେବ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ଡୋଭାସ୍ ଠାରେ ‘ଓ୍ଵାର୍ଲଡ୍ ଇକୋନମିକ୍ ଫୋରମ୍’ ଅଧିବେଶନ ବାହାରେ ଦୁଇ ନେତା ପରସ୍ପରଙ୍କୁ ସାକ୍ଷାତ୍ କରିବା ପୂର୍ବରୁ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ ଏ ଭଳି ମନ୍ତବ୍ୟ ଦେଇଛନ୍ତି।
ସେ ଇମ୍ରାନ୍ଙ୍କୁ ଜଣେ ଉତ୍ତମ ବନ୍ଧୁ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି: ଆମେ କଶ୍ମୀର ପ୍ରସଙ୍ଗ ଏବଂ ଏଥିଯୋଗୁଁ ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା କରୁଛୁ...। ଯଦି ଆମେ କିଛି ସହାୟତା କରିପାରୁ, ନିଶ୍ଚୟ କରିବୁ। ଆମେ ଏ ପ୍ରସଙ୍ଗ ଉପରେ ଦୃଷ୍ଟି ରଖିବା ସହ ଅତି ନିବିଡ଼ ଭାବେ ଏହାର ଅଗ୍ରଗତି ଅନୁଧ୍ୟାନ କରୁଛୁ।
Image Source: Zee Newsଇମ୍ରାନ୍ ଖାଁ କହିଛନ୍ତି ଯେ ଏ ସମସ୍ୟାର ସମାଧାନ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକା ଥିବା କଥା ପାକିସ୍ତାନ ସର୍ବଦା ଆଶା କରେ। ପାକିସ୍ତାନରେ ଆମ ଲାଗି ଭାରତ ହେଉଛି ଗୋଟାଏ ବଡ଼ ସମସ୍ୟା। ଅନ୍ୟ କୌଣସି ଦେଶ ଏ ସମସ୍ୟାର ସମାଧାନ କରିବାକୁ ଅସମର୍ଥ ଥିବାରୁ ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ଭୂମିକା ନେବ ବୋଲି ଆମେ ସର୍ବଦା ଆଶା କରୁ।
ପୂର୍ବରୁ ଭାରତ କହି ଦେଇଛି ଯେ କଶ୍ମୀର ସମସ୍ୟା ଦେଶର ଅଭ୍ୟନ୍ତରୀଣ ସମସ୍ୟା।
ଫେବ୍ରୁଆରି ମାସରେ ଟ୍ରମ୍ପ୍ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାକିସ୍ତାନର ନେତା ଏ ଭଳି ମନ୍ତବ୍ୟ ଦେଇଛନ୍ତି।
ଭାରତ ଗସ୍ତ ପରେ ପାକିସ୍ତାନ ଯିବେ କି, ନାହିିଁ, ସେ ସଂକ୍ରାନ୍ତ ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି ଟ୍ରମ୍ପ୍।
Follow Us