ପରିତ୍ୟକ୍ତ ଶିଶୁ କନ୍ୟାକୁ ଭୂଇଁରୁ ଉଠାଇ କୋଳେଇ‌ ନେଲେ ଦିଶାଙ୍କ ଭଉଣୀ ଖୁସ୍‌ବୁ ପଟାନୀ

ଏକ ପରିତ୍ୟକ୍ତା ଶିଶୁ କନ୍ୟାକୁ ଉଦ୍ଧାର କରି ଆପଣେଇଛନ୍ତି ଦିଶା ପଟାନୀଙ୍କ ଭଉଣୀ ଖୁସ୍‌ବୁ ପଟାନୀ। ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ପିଲାଟିର ଭବିଷ୍ୟତକୁ ସେ ସୁରକ୍ଷିତ କରିବେ ବୋଲି ନିଶ୍ଚିତ କରିଛନ୍ତି। 

୍ତୀସୗାଂଳ

ମୁମ୍ବାଇ: ଏକ ପରିତ୍ୟକ୍ତା ଶିଶୁ କନ୍ୟାକୁ ଉଦ୍ଧାର କରି ଆପଣେଇଛନ୍ତି ଦିଶା ପଟାନୀଙ୍କ ଭଉଣୀ ଖୁସ୍‌ବୁ ପଟାନୀ। ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ପିଲାଟିର ଭବିଷ୍ୟତକୁ ସେ ସୁରକ୍ଷିତ କରିବେ ବୋଲି ନିଶ୍ଚିତ କରିଛନ୍ତି। 

ସେ ବରେଲିରେ ତାଙ୍କ ଘର ପଛପଟେ ଥିବା ଏକ ଛୋଟ ଝିଅକୁ ଉଦ୍ଧାର କରୁଥିବାର ଦେଖାଯାଉଛି। ପୂର୍ବତନ ଭାରତୀୟ ସେନା ଅଧିକାରୀ ଖୁସ୍ବୁ ପ୍ରଥମେ ଶିଶୁଟିକୁ ଭୂଇଁରେ ପଡ଼ିଥିବାର ଦେଖି ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ ଏବଂ ତା’ପରେ ତାଙ୍କୁ ବାହାରକୁ ନେଇଯାଇଥିଲେ।

ଖୁସ୍ବୁ ଭିଡିଓରେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କେହି ଜଣେ ଛୋଟ ଝିଅଟିକୁ ତାଙ୍କ ଘର ପଛପଟେ ଛାଡିଦେଇଛି ଏବଂ ସେ ସେଠାରେ ମାଟିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ପୋଷ୍ଟର କ୍ୟାପସନରେ ତାଙ୍କ ଅନୁଗାମୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଝିଅଟି ପାଇଁ ଏକ ଭଲ ଲାଳନପାଳନ ଏବଂ ଏକ ଉପଯୁକ୍ତ ପରିବେଶ ଯୋଗାଇ ଦେବେ। ଭିଡିଓରେ ଜଣେ ପୁଲିସ ଅଧିକାରୀ ଏହି ଘଟଣାର ଅଧିକ ତଦନ୍ତ ପାଇଁ ପିଲାଟିକୁ ନେଇଯାଉଥିବା ମଧ୍ୟ ଦେଖାଯାଇଛି।

ଶିଶୁଟିକୁ ପାଇବା ପରେ, ସେ ତୁରନ୍ତ ଶିଶୁଟିକୁ ଘରକୁ ନେଇଗଲେ ଏବଂ ପ୍ରାଥମିକ ଚିକିତ୍ସା କଲେ। ଏହାପରେ ପରିବାର ଲୋକେ ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ପରେ ଶିଶୁଟିକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ଚାଲିଛି ବୋଲି ପୁଲିସ କହିଛି।

ତାଙ୍କ ପୋଷ୍ଟର କ୍ୟାପସନରେ, ଖୁସ୍ବୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ କର୍ତ୍ତୃପକ୍ଷମାନଙ୍କୁ ଟ୍ୟାଗ୍ କରି ସମସ୍ତଙ୍କୁ ଝିଅ ପିଲାଙ୍କ ପ୍ରତି ନଜର ରଖିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe