ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଚାଞ୍ଚଲ୍ୟକର ଖୁଲାସା, ଶରୀରରେ ଲାଗିଥିଲା ଅନେକ ଅପ୍ରାକୃତିକ ଆଘାତ

Advertisment
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଚାଞ୍ଚଲ୍ୟକର ଖୁଲାସା, ଶରୀରରେ ଲାଗିଥିଲା ଅନେକ ଅପ୍ରାକୃତିକ ଆଘାତ

indiatoday

ମୁମ୍ବାଇ: ଜୁନ ୧୪ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଥିଲା। ୧୪ମହଲା ଉପରୁ ତଳକୁ ଡେଇଁ ସେ ଜୁନ ୯ତାରିଖ ରାତି ପ୍ରାୟ ୨ଟାରେ ଆତ୍ମହତ୍ୟା କରିଥି‌ବାର ଖବର ସାମ୍ନାକୁ ଆସିଥିଲା। ତେବେ କିଛି ଲୋକ ଏହାକୁ ହତ୍ୟାର ନାଁ ଦେଇଥିବା ବେଳେ କିଛି ଲୋକ କାମର ଚାପ ପାଇଁ ସେ ଆତ୍ମହତ୍ୟା କରିଥିବା କଥା କହିଥିଲେ। କିନ୍ତୁ ଏବେ ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କିଛି ଭିନ୍ନ ତଥ୍ୟ ସାମ୍ନାକୁ ଆଣିଛି।

Sushant Singh Rajput and Disha Salian were murdered, alleges ... DNA India

ଦିଶାଙ୍କ ମୃତ୍ୟୁ ମୁଣ୍ଡରେ ଆଘାତ ଲାଗିବା ଦ୍ବାରା ଏବଂ ତାଙ୍କ ଶରୀରରେ ଲାଗିଥିବା କିଛି ଅପ୍ରାକୃତିକ ଆଘାତ ପାଇଁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ସୁଶାନ୍ତଙ୍କ ମୃତ୍ୟୁ ଏବଂ ଦିଶାଙ୍କ ମୃତ୍ୟୁକୁ ଲୋକେ ଯୋଡ଼ିବା ଆରମ୍ଭ କରିଛନ୍ତି। କେହି ଜାଣିଶୁଣି ଏଭଳି କରିଥିବା ଚର୍ଚ୍ଚ ହେଉଛି। କିଛି ଦିନ ତଳେ ବିଜେପି ସାଂସଦ ନାରାୟଣ ରାଣେ ଦିଶାଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା କରିଥିଲେ। ଦିଶାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇ ପ‌ରେ ତାଙ୍କୁ ୧୪ମହଲା ତଳକୁ ଠେଲି ଦିଆଯାଇଥିବା କହିଥିଲେ ନାରାୟଣ ରାଣେ । ଏହା ସହ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଥିବା କଥା ସେ କହିଥିଲେ। ତେବେ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ ଜୋରଦାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe