ଦିଶା‌ ରବିଙ୍କୁ ଦିଲ୍ଲୀ କୋର୍ଟରେ ଜାମିନ ମିଳିଲାନି, ମଙ୍ଗଳବାର ପୁଣି ଶୁଣାଣି

ପୁଲିସର ‘ଅନୁମାନ’ ନେଇ ପ୍ରଶ୍ନ ଉଠାଇଲେ କୋର୍ଟ‌

ଦିଶା‌ ରବିଙ୍କୁ ଦିଲ୍ଲୀ କୋର୍ଟରେ ଜାମିନ ମିଳିଲାନି, ମଙ୍ଗଳବାର ପୁଣି ଶୁଣାଣି

Bar and Bench

ନୂଆଦିଲ୍ଳୀ : ଟୁଲ୍‌କିଟ୍‌ ମାମଲାରେ ଆଜି ଦିଲ୍ଲୀ କୋର୍ଟ ଦିଶା ରବିଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। କୋର୍ଟ ଦିଶା ରବିଙ୍କ ଜାମିନ ମଂଜୁର କରିନାହାନ୍ତି। ଆସନ୍ତା ମଙ୍ଗଳବାର ଦିନ ଦିଶାଙ୍କ ଜାମିନ ମାମଲାରେ କୋର୍ଟ ରାୟ ଶୁଣାଇବେ। ଆଜିର ଶୁଣାଣି ସମୟରେ ଦିଲ୍ଲୀ ପୁଲିସ ପକ୍ଷରୁ ଦିଶାଙ୍କ ଜାମିନକୁ ପ୍ରବଳ ବିରୋଧ କରାଯାଇଥିଲା। ଦିଲ୍ଳୀ ପୁଲିସ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ଭାରତକୁ ବଦନାମ କରିବାପାଇଁ ଏବଂ ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିଲା।

୨୨ ବର୍ଷୀୟା ଦିଶାଙ୍କର ଖଲିସ୍ତାନୀ ସମର୍ଥିତ ସଂଗଠନ ସହ ସମ୍ପୃକ୍ତି ଥିଲା ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୋର୍ଟରେ ଯୁକ୍ତି ଯୁକ୍ତି ଉପସ୍ଥାପନ କରାଯାଇଥିଲା। କିନ୍ତୁ ଦିଶା ଏହାକୁ ଖଣ୍ଡନ କରିଛନ୍ତି। ଇତି ମଧ୍ୟରେ ଦିଶା ରବିଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି, ବିନା କାରଣରେ ଦିଶା ରବି ଜଣେ ବିଦ୍ରୋହୀ ହୋଇପାରିବେନି। ଆଜିର ଶୁଣାଣି ସମୟରେ ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଥିଲା ସାଧାରଣତନ୍ତ୍ର ଦିବସରେ ହିଂସା ସୃଷ୍ଟି ପାଇଁ ଟୁଲ୍‌କିଟ୍‌ ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ଅନ୍ୟପକ୍ଷେ ସାଧାରଣତନ୍ତ୍ର ଦିବସ ହିଂସା ସହ ଟୁଲ୍‌କିଟ୍‌ର କ’ଣ ସମ୍ପୃକ୍ତି ରହିଛି ଏବଂ ଏହା କେବଳ ଅନୁମାନ ଉପରେ ଆଧାରିତ କି ବୋଲି କୋର୍ଟ ଆଜି ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe