ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଗରପା ଗ୍ରାମରେ ନକ୍ସଲ ଉତ୍ପାତ ବଢ଼ିବା ପରେ ୨୦୦୩ ମସିହାରେ ୪୦ଟି ପରିବାରର ଲୋକେ ଗାଁ ଛାଡିଦେଇଥିଲେ। ନକ୍ସଲଙ୍କ ଦ୍ବାରା ବିସ୍ଥାପିତ ହେବା ପରେ ନାରାୟଣପୁର ଗୁଡରିପାରା ଠାରେ ରହୁଥିଲେ। ଗାଁରେ ପୁଲିସ ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଶିବିର ପ୍ରତିଷ୍ଠା, ଏହି ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ତଥା ସଡ଼କ ନିର୍ମାଣ କାର୍ଯ୍ୟ ଯୋଗୁଁ ନକ୍ସଲମାନେ ଗ୍ରାମରୁ ଦୂରେଇ ଯାଇଛନ୍ତି। ତେଣୁ ଗତ ୨୦ ବର୍ଷ ପୂର୍ବେ ଗାଁରୁ ବିସ୍ଥାପିତ ହୋଇଥିବା ଲୋକମାନେ ଭୟଭୀତ ନହୋଇ ନିଜ ଗାଁ ଗରପାରେ ପହଞ୍ଚି ତାଙ୍କ ଗାଁର ଶିବ ମନ୍ଦିରରେ ପୂଜା କରିଥିଲେ।
ଏହି ଖବର ପଢ଼ନ୍ତୁ: ପୁଲିସ କ୍ୟାମ୍ପ ନହଟାଇବାକୁ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ପୁଲିସ କ୍ୟାମ୍ପ ଖୋଲିବା ସହ ଗରପା ଗାଁରେ ରାସ୍ତା ନିର୍ମାଣ ହେବା ଯୋଗୁଁ ଗରପା ଗାଁର ଗ୍ରାମବାସୀ ନକ୍ସଲଙ୍କ ଭୟ ଦୁର ହେବା ସହ ସ୍ୱାଧୀନତା ଉପରେ ବିଶ୍ବାସ କରିଛନ୍ତି। ଏବେ ଗାଁର ଲୋକମାନେ ସୁରକ୍ଷା ବଳୟକୁ ନେଇ ଉତ୍ସାହିତ ଅଛନ୍ତି। ଧୀରେଧୀରେ ଗ୍ରାମବାସୀମାନେ ଗାଁକୁ ଫେରୁଛନ୍ତି। ଗାଁରେ ନିଜ ଘର ଦେଖିବା ସହ ନିଜ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟି ସେମାନେ ବହୁତ ଖୁସି ମନାଇଛନ୍ତି।
ଏହି ଖବର ପଢ଼ନ୍ତୁ: ମୁଖ୍ୟସ୍ରୋତରେ ସାମିଲ ହେଲେ ୨ ମାଓବାଦୀ
ଗରପା ଗାଁରେ ରାସ୍ତା ନିର୍ମାଣ ହେବା ଯୋଗୁଁ ଗରପା ଗାଁର ଗ୍ରାମବାସୀ ନକ୍ସଲଙ୍କ ଭୟ ଦୁର ହେବା ସହ ସ୍ୱାଧୀନତା ଉପରେ ବିଶ୍ବାସ କରିଛନ୍ତି। ଏବେ ଗାଁର ଲୋକମାନେ ସୁରକ୍ଷା ବଳୟକୁ ନେଇ ଉତ୍ସାହିତ ଅଛନ୍ତି।
ଏହି ଖବର ପଢ଼ନ୍ତୁ: ଲୋମଟାଙ୍କୁରି ଦେଲା ବିକି କୌଶଲଙ୍କ ଲୁକ୍
ବର୍ତ୍ତମାନ ନକ୍ସଲ ପ୍ରବଣ ଅଞ୍ଚଳର ଆଦିବାସୀ ଗ୍ରାମବାସୀ ନିର୍ଭୟରେ ଜୀବନ ବିତାଉଛନ୍ତି। ଏଥିସହ ସୋନପୁର ଦେଇ କୋଣ୍ଡାଗାଓଁ-ନାରାୟଣପୁରର ସୀତାରାମକୁ ସଂଯୋଗ କରୁଥିବା ବହୁ ପୁରୁଣା ରାସ୍ତା ଯାହାକି ନକ୍ସଲ ଯୋଗୁଁ ଗତ ୩୦ ବର୍ଷ ଧରି ବନ୍ଦ ହୋଇଯାଇଥିଲା, ଗରପାରେ ପୁଲିସ ସୁରକ୍ଷା ଶିବିର ପ୍ରତିଷ୍ଠା ହେବା ପରେ ଏହି ରାସ୍ତାରେ ବସ୍ ସୁବିଧା ଆରମ୍ଭ ହୋଇଛି। ସରକାରଙ୍କ "ନିୟାଦ ନେଲା ନାୟାର" ଯୋଜନା ଅନ୍ତର୍ଗତ ଗରପା ଗ୍ରାମରେ ଏକ ନୂତନ ଶିବିର ସ୍ଥାପନ କରି ନିକଟସ୍ଥ ପାଞ୍ଚଟି ଗ୍ରାମକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବ। ନକ୍ସଲ ମୁକ୍ତ ବସ୍ତର ହେବାକୁ ଯାଉଥିବା ଗ୍ରାମବାସୀ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ହଳଦୀ ପାଲଟିଛି ମନ୍ଥର ବିଷ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/11/13/H4eFiDFTFn4NUqn5i3GL.jpeg)