ମୋତେ ଜୀବନବ୍ୟାପୀ ଅଯୋଗ୍ୟ କରନ୍ତୁ; ଜେଲ୍‌ରେ ପୂରାନ୍ତୁ, ସତ୍ୟ ପାଇଁ ସଂଗ୍ରାମ ଜାରି ରଖିବି: ରାହୁଲ୍‌ ଗାନ୍ଧୀ

Advertisment
ମୋତେ ଜୀବନବ୍ୟାପୀ ଅଯୋଗ୍ୟ କରନ୍ତୁ; ଜେଲ୍‌ରେ ପୂରାନ୍ତୁ, ସତ୍ୟ ପାଇଁ ସଂଗ୍ରାମ ଜାରି ରଖିବି: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ମୁଁ ଭୟଭୀତ ନୁହେଁ, ଅଯୋଗ୍ୟତାକୁ ଅଥବା ଜେଲ୍‌ ଯିବାକୁ ପରବାୟ କରେନା ବୋଲି ଶୁକ୍ରବାର ଦିନ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ‌ଘୋଷିତ ହେବା ପରେ ଆଜି ଡକାଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି।

ସେ କହିଛନ୍ତି, ମୁଁ ଭୀତତ୍ରସ୍ତ ନୁହେଁ କି, ଅଯୋଗ୍ୟତାକୁ ପରବାୟ କରେନା। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆଦାନିଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିବା ଜାରି ରଖିବି। ସତ୍ୟ ପାଇଁ ସଂଗ୍ରାମ ଚଳାଇବି।  ଏବେ ଏହା ମୋ ଜୀବନର ସଙ୍କଳ୍ପ ହୋଇଯାଇଛି।

ଆଦାନି ପ୍ରସଙ୍ଗ ଉଠାଇ ସେ ଆହୁରି ମଧ୍ୟ କହିଛନ୍ତି, ମୋର ପରବର୍ତ୍ତୀ ଭାଷଣକୁ ପ୍ରଧାନମନ୍ତ୍ରୀ ଡରୁଥିବା କାରଣରୁ ମତେ ଅଯୋଗ୍ୟ ଘୋଷଣା କରାଯାଇଛି। ମୋର କର୍ତ୍ତବ୍ୟ ହେଉଛି ଦେଶର ଗଣତନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା କରିବା। ଅର୍ଥାତ୍‌ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ସମର୍ଥନରେ ବାହାରିବା, ଦେଶର ଗରିବ ଅଧିବାସୀଙ୍କ ମତକୁ ସମର୍ଥନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଥିବା ସମ୍ପର୍କରୁ ଫାଇଦା ଉଠାଉଥିବା ଆଦାନିଙ୍କ ଭଳି ଲୋକଙ୍କ ବିଷୟରେ ଜନସାଧାରଣଙ୍କୁ ସତ କଥା କହିବା। ଏ ସରକାକର ଭାବୁଛନ୍ତି, ଦେଶ ହେଉଛି ଆଦାନି ଓ ଆଦାନି ହେଉଛି ଦେଶ।

publive-image Image Courtesy of ANI

ଇଂଲଣ୍ଡ୍‌ରେ ‘ଗଣତାନ୍ତ୍ରିକ’ ଓ ୨୦୧୯ ‘ମୋଦୀ’ ସାଙ୍ଗିଆ ଉପରେ ଦେଇଥିବା ଟିପ୍ପଣୀ ନିମନ୍ତେ କ୍ଷମାଭିକ୍ଷା ମାଗିବାକୁ ‘ବିଜେପି’ କହୁଥିବା କଥା ପଚାରିବାରୁ ରାହୁଲ୍‌ କହିଲେ, ମୋ ନାଁ ସାବର୍‌କର୍ ନୁହେଁ। ମୁଁ ଗାନ୍ଧୀ। ଗାନ୍ଧୀ କାହାକୁ କ୍ଷମା ମାଗେ ନାହିଁ।

ନିର୍ବାଚନ ମଣ୍ଡଳୀ କଥା ପଚରାଯିବାରୁ ସେ କହିଲେ, ୱାୟନାଡ଼ ଜନସାଧାରଣଙ୍କ ସହିତ ସେ ପରିବାର ଭଳି ସମ୍ପର୍କ ରକ୍ଷା କରିଛନ୍ତି। ମୁଁ ୱାୟନାଡ଼ ଜନତାଙ୍କୁ ଚିଠିଟିଏ ଲେଖିବି।

ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆଧାରୀଙ୍କୁ ଚୋର କହିଥିବା ଅଭିଯୋଗରେ ଶୁକ୍ରବାର ଦିନ କେରଳର ୱାୟନାଡ଼ର ଲୋକସଭା ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ଗୁଜରାଟର ସୁରତ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଜରିମାନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe