ଅସନ୍ତୁଷ୍ଟ ରାଜସ୍ଥାନ ମନ୍ତ୍ରୀଙ୍କ ଇସ୍ତଫା ଧମକ

ଗେହଲଟ୍‌ କହିଲେ ମନ୍ତ୍ରୀ ଚାପରେ ଅଛନ୍ତି

ଅସନ୍ତୁଷ୍ଟ ରାଜସ୍ଥାନ ମନ୍ତ୍ରୀଙ୍କ ଇସ୍ତଫା ଧମକ

Republic World

ଜୟପୁର : ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନାଙ୍କ ଇସ୍ତଫା ଧମକକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମନ୍ତ୍ରୀ ‌ଅଶୋକ ଚନ୍ଦନା ଏକ ଟ୍ବିଟ୍‌ ଦ୍ବାରା ତାଙ୍କ ଇସ୍ତଫା ଧମକ ଦେଇଛନ୍ତି ଏବଂ ତାଙ୍କୁ ଦାୟିତ୍ବରୁ ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ‌ଲଟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି।

ଗେହଲଟ କହିଛନ୍ତି, କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନା‌ ଚାପରେ ଥାଇ ଇସ୍ତଫା ଦେବାକୁ ଚାହୁଛନ୍ତି। ଗ୍ରାମୀଣ ଅଲିମ୍ପିକ୍ସର ଦାୟିତ୍ବ ମନ୍ତ୍ରୀ ଅଶୋକଙ୍କୁ ଦିଆଯାଇଛି। ଏହା ଏକ ବଡ଼ ଦାୟିତ୍ବ। ସେ ଖୁବ୍‌ ଚାପ‌ରେ ଥାଇ ପାରନ୍ତି। ଏହି ମାମଲାରେ ମୁଁ ତାଙ୍କ ସହ କଥା ହେବି ବୋଲି ଗେହଲଟ କହିଛନ୍ତି। ଅନ୍ୟପକ୍ଷେ ମନ୍ତ୍ରୀ ଅଶୋକ ଚନ୍ଦନା‌ ଜଣେ ଅମଲାଙ୍କ ପ୍ରତି ଦୃଢ଼ ଅସ‌ନ୍ତୋଷ ପ୍ରକାଶ କରି ଏହ‌ି ଟ୍ବିଟ୍‌ କରିଛନ୍ତି। ଗେହଲଟଙ୍କ ପ୍ରମୁଖ ସଚିବଙ୍କୁ ଦାୟୀ କରି ଚନ୍ଦନା ଇସ୍ତଫା ଧମକ ଦେଇଛନ୍ତି। ଅଶୋକ କହିଛନ୍ତି, ମତେ ଏହି ଅପମାନଜନକ ମନ୍ତ୍ରୀ ପଦରୁ ମୁକ୍ତ କରିବାପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଅନୁରୋଧ କରୁଛି ଏବଂ ମୋର ସମସ୍ତ ଦାୟିତ୍ବ ପ୍ରମୁଖ ସଚିବ କୁଲଦୀପ ରାଙ୍କାଙ୍କୁ ଦିଆଯାଉ । ଏହି ଇସ୍ତଫା ଧମକକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ନେବାକୁ ରାଜସ୍ଥାନର ଅନ୍ୟ କଂଗ୍ରେସ ନେତାମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe