Image Courtesy of India Today
ନୂଆଦିଲ୍ଲୀ: ଆଜି ଓ୍ଵାସିଂଟନ୍ ଡିସିସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍ ଅଟ୍ଟାଳିକାରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ସମର୍ଥକମାନଙ୍କଦ୍ୱାରା ସଙ୍ଗଠିତ ଦଙ୍ଗା ଓ ହିଂସାକାଣ୍ଡକୁ ବିଶ୍ୱର ଅନ୍ୟ ନେତାଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିନ୍ଦା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏ ସମ୍ବାଦ ଶୁଣି ସେ ବ୍ୟଥିତ। ରାଷ୍ଟ୍ର୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ଙ୍କ ମଧ୍ୟରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି ତାଙ୍କର ଆଶା।
ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଓ୍ଵାସିଂଟସନ୍ ଡିସିରେ ଦଙ୍ଗା ଓ ହିଂସାକାଣ୍ଡ ଖବର ଦେଖି ମର୍ମାହତ। ଶୃଙ୍ଖଳା ଓ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ଅବ୍ୟାହତ ରହିବା ଆବଶ୍ୟକ। ବେଆଇନ ପ୍ରତିବାଦ ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ ନ କରାଇଦେବା ଉଚିତ।
Image Courtesy of Hindustan Timesମୋଦୀଙ୍କ ବ୍ୟତିରେକେ, ବିଶ୍ୱର ଅନ୍ୟ ନେତାମାନେ ମଧ୍ୟ ଆଜି ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍ରେ ହୋଇଥିବା ହିଂସାକାଣ୍ଡ ଓ ଗୋଳମାଳ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି।
ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସରେ ଲଜ୍ଜାଜନକ ଘଟଣା।
ଜର୍ମାନ୍ ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍ ଟୁଇଟ୍ କରି ଲେଖିଛନ୍ତି, ଟ୍ରମ୍ପ୍ ଏବଂ ତାଙ୍କ ସମର୍ଥକମାନେ ଆମେରିକୀୟ ଭୋଟର୍ମାନଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ଉଚିତ। ସେମାନେ ଗଣତନ୍ତ୍ରକୁ ଅବଦମିତ ନ କରନ୍ତୁ।
ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ଙ୍କୁ ସ୍ୱୀକୃତି ଦିଆଯିବା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ନିମନ୍ତେ ଉତ୍ତ୍ୟକ୍ତ ଟ୍ରମ୍ପ୍ ସମର୍ଥକମାନେ କ୍ୟାପିଟଲ୍କୁ ଘେରାଉ କରିବା ସହ ବଳପୂର୍ବକ ଭିତରକୁ ପ୍ରବେଶ କରିଥିଲେ।
ଗଣ୍ଡଗୋଳ ଯୋଗୁଁ ସାଂସଦମାନେ କ୍ୟାପିଟଲ୍ ଭିତରୁ ବାହାରକୁ ଧାଇଁ ପଳାଇ ଆସିଥିଲେ।
Follow Us