ପଞ୍ଜାବ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ମାନ୍‌ ରଖିଲେ ଗୃହ, ହରପାଲଙ୍କୁ ଅର୍ଥ ବିଭାଗ

Advertisment
ପଞ୍ଜାବ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ମାନ୍‌ ରଖିଲେ ଗୃହ, ହରପାଲଙ୍କୁ ଅର୍ଥ ବିଭାଗ

India Today

ଚଣ୍ଡିଗଡ଼: ଦଶ ଜଣ ମନ୍ତ୍ରୀଙ୍କୁ ରାଜ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବାର ଦୁଇ ଦିନ ପରେ ପଞ୍ଜାବ ସରକାର ଆଜି ରାଜ୍ୟ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ନିଜ ପାଖରେ ଗୃହ ବିଭାଗ ରଖିଥିବାବେଳେ ହରପାଲ ସିଂ ଚିମାଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀ ଏବଂ ଗୁରୁମିତ ସିଂ ମିତ୍‌ ହାୟରଙ୍କୁ ଶିକ୍ଷା ମନ୍ତ୍ରଣାଳୟ ମିଳିଛି। ସେହିଭଳି ଡେଣ୍ଟାଲ ସର୍ଜନ ଡାକ୍ତର ବିଜୟ ସିଙ୍ଗଲାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏବଂ ଚକ୍ଷୁ ଡାକ୍ତର ତଥା କ୍ୟାବିନେଟରେ ଥିବା ଏକାକୀ ମହିଳା ଡାକ୍ତର ବଲଜିତ କୌରଙ୍କୁ ସାମାଜିକ ସୁରକ୍ଷା ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ବ ଦିଆଯାଇଛି।

ହରଜୋତ ସିଂ ବାଇନ୍ସ ନୂତନ ଆଇନ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଏବଂ ହରଭଜନ ସିଂ ଇଟିଓଙ୍କୁ ଶକ୍ତି ବିଭାଗ ଦିଆଯାଇଛି। ଗ୍ରାମାଞ୍ଚଳ ବିକାଶ ତଥା ପଞ୍ଚାୟତରାଜ ବିଭାଗ କୁଲଦୀପ ସିଂ ଧାଲିୱାଲଙ୍କୁ ଦିଆଯାଇଥିବା ବେଳେ ଲାଲ ଚାନ୍ଦ କାଟାରୁଚକଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ଦାୟିତ୍ବ ମିଳିଛି। ଲାଲଜିତ ସିଂ ଭୁଲାର ପରିବହନ ମନ୍ତ୍ରୀ ଏବଂ ବ୍ରାମ ଶଙ୍କର ଜିମ୍ପାଙ୍କୁ ଜଳ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟରେ ୧୮ଟି ବର୍ଥ ଅଛି। ଗତ ୧୬ ତାରିଖରେ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକର କାଲାନରେ ଏକ ମେଗା କାର୍ଯ୍ୟକ୍ରମରେ ମାନ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ପରଦିନ ସମସ୍ତ ନୂତନ ନିର୍ବାଚିତ ବିଧାୟକମାଙ୍କୁ ପ୍ରୋଟେମ୍ ସ୍ପିକର ଇନ୍ଦରବୀର ସିଂ ନିଜାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe