ndtv
କୋଲକାତା: ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବର୍ତ୍ତମାନ ଦେଶରେ ଡିଭାଇଡ୍ ଆଣ୍ଡ୍ ରୁଲ୍ ବା ବିଭାଜନ କରି ଶାସନ କର ନୀତି ଚାଲିଛି। ଦେଶର ଏଭଳି ପରିସ୍ଥିତି ପାଇଁ କ୍ଷମତାରେ ଥିବା ସରକାର ଦାୟୀ। ରେଡ୍ ରୋଡରେ ଇଦ୍ ଉଲ୍ ଫିତର ପାଇଁ ଚାଲିଥିବା ନମାଜରେ ସାମିଲ ହୋଇ ଏଭଳି କହିଛନ୍ତି ଦିଦି। ଏଭଳି ନୀତି ଦେଶ ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି। ଦେଶରେ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ସେ ଲୋକଙ୍କୁ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ କରିଥିଲେ। ଭଲ ଭବିଷ୍ୟତ ପାଇଁ ଭୟଭୀତ ନ ହୋଇ ଏକଯୁଟ ହୋଇ ରହିବା ଦରାକର ବୋଲି ମତ ଦେଇଥିଲେ।
ତୃଣମୂଳ କଂଗ୍ରେସ ମୁଖ୍ୟ ଆହୁରି କହିଛନ୍ତି ଯେ, ମୁଁ ଖୁସି ଯେ ଦୁଇ ବର୍ଷର ବ୍ୟବଧାନ ପରେ ଇଦ୍ ପ୍ରାର୍ଥନା ପାଇଁ ରେଡ ରୋଡରେ ଆପଣ ଏକାଠି ହୋଇଛନ୍ତି। ଏହା ଦେଶର ଅନ୍ୟ କୌଣସି ସ୍ଥାନରେ ସମ୍ଭବ ହୋଇନାହିଁ। ଦେଶର ପରିସ୍ଥିତି ଏବେ ଠିକ୍ ନାହିଁ। ଦେଶକୁ ଭାଙ୍ଗି ଶାସନ କରିବାର ନୀତି ଏବେ ଆପଣାଯାଉଛି। ଭୟ କର ନାହିଁ ଏବଂ ଲଢ଼େଇ ଜାରି ରଖ। ମୁଁ କିମ୍ବା ମୋର ଦଳ କିମ୍ବା ମୋ ସରକାର ଏପରି କିଛି କରିବୁ ନାହିଁ ଯାହା ଆପଣଙ୍କୁ ଅସନ୍ତୁଷ୍ଟ କରିବ। ଆମକୁ ଏବେ ଏକାଠି ହୋଇ ଲଢ଼ିବାର ଅଛି। କରାଯାଉଥିବା ସବୁ ଷଡ଼ଯନ୍ତ୍ରକୁ ଆମକୁ ବିଫଳ କରିବାର ଅଛି। ପରସ୍ପର ମଧ୍ୟରେ ଝଗଡ଼ା ନକରି ସାଥିରେ ରୁହନ୍ତୁ।
ମମତା ଆହୁରି କହିଥିଲେ ଯେ ଈଶ୍ବର ଆଲ୍ଲା ତେରେ ନାମ୍ ସବକୋ ସମ୍ମତି ଦେ ଭଗବାନ୍। ଦେଶକୁ ଆମେ ବିଭାଜିତ ହେବାକୁ ଦେବା ନାହିଁ। ଯେଉଁମାନେ ଦେଶକୁ ଭାଗଭାଗ କରିବାକୁ ଚାହୁଛନ୍ତି ଆମେ ମିଳିମିଶି ସେମାନଙ୍କୁ ହଟେଇ ଦେବା। ମୁଁ ହିନ୍ଦୁ, ମୁସଲମାନ୍, ଖ୍ରୀଷ୍ଟିଆନ୍, ଶିଖ, ଜୈନ ସମସ୍ତଙ୍କ ପାଇଁ ଲଢ଼ିବି। ଆପଣମାନଙ୍କ ପାଖରୁ ମତେ ଲଢ଼ିବା ଲାଗି ଶକ୍ତି ମିଳେ।
Follow Us