Photo Courtesy of TOI
ନୂଆଦିଲ୍ଲୀ: ପ୍ରକାରାନ୍ତରେ ବିଜେପିକୁ ଆକ୍ରମଣପୂର୍ବକ ବିଭାଜନକାରୀ ଶକ୍ତି ଭାରତର ଶାନ୍ତି ଏବଂ ସହାବସ୍ଥାନ ପ୍ରତି ବିପଦ୍ ଆଣୁଛି ବୋଲି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ଗୁରୁବାର ଦିନ କହିଛନ୍ତି।
ନିଉୟର୍କସ୍ଥିତ ଟାଇମ୍ସ୍ ସ୍କ୍ଵାୟାର୍ରେ ପ୍ରବାସୀ ଭାରତୀୟମାନଙ୍କ ସମାରୋହକୁ ସମ୍ବୋଧନ କରି ରାହୁଳ କହିଛନ୍ତି: ହଜାର ହଜାର ବର୍ଷ ହେବ ଶାନ୍ତି ଏବଂ ସହାବସ୍ଥାନ ପାଇଁ ଭାରତର ଖ୍ୟାତି ରହିଛି। ଏହାକୁ ଚାଲେଞ୍ଜ୍ କରାଯାଉଛି। ଆମ ଦେଶର କେତେକ ଶକ୍ତି ଭାରତକୁ ବିଭାଜନ କରୁଛନ୍ତି। ଦେଶ ପାଇଁ ଏହା ଭାରି ବିପଜ୍ଜନକ। ଏହା ବିଦେଶରେ ଭାରତର ଖ୍ୟାତି ନଷ୍ଟ କରୁଛି।
କଂଗ୍ରେସ ପାର୍ଟି ଏବଂ ତା’ର ଚିନ୍ତାଧାରା ଯୋଗୁଁ ଭାରତର ସବୁଠୁ ବଡ଼ ସମ୍ବଳ ତାହାର ୧. ୩ କୋଟି ଲୋକ ସୁଖ, ଅହିଂସା ଏବଂ ଶାନ୍ତିରେ ବସବାସ କରିବା ସମ୍ଭବପର ହୋଇଛି ବୋଲି ସେ କହିଛନ୍ତି।
Follow Us