ଟିକ୍-ଟକ୍ ନିଶା! ସ୍ବାମୀଙ୍କ ପରିବର୍ତ୍ତେ ଟିକ୍-ଟକକୁ ବାଛି ୧୨ବର୍ଷର ବୈବାହିକ ଜୀବନକୁ ଭାଙ୍ଗିଲେ ମହିଳା

Advertisment
ଟିକ୍-ଟକ୍ ନିଶା! ସ୍ବାମୀଙ୍କ ପରିବର୍ତ୍ତେ ଟିକ୍-ଟକକୁ ବାଛି ୧୨ବର୍ଷର ବୈବାହିକ ଜୀବନକୁ ଭାଙ୍ଗିଲେ ମହିଳା

ବେଙ୍ଗାଲୁରୁ: ମ୍ୟୁଜିକାଲ ଭିଡିଓ ଆପ୍ ଟିକ୍-ଟକକୁ ବ୍ୟବହାର କରି ଲୋକେ ‌ଏବେ ଦେଶ-ବିଦେଶର ଦର୍ଶକମାନଙ୍କ ପ୍ରଶଂସା ସାଉଁଟୁଛନ୍ତି। କେଇ ସେକେଣ୍ଡର ଭିଡିଓ ଜରିଆରେ ଯୁବକ-ଯୁବତୀ ସେମାନଙ୍କ ନିଜର ଏକ ନିଆରା ପରିଚୟ ସୃଷ୍ଟି କରୁଛନ୍ତି। ତେବେ କିଛି ଲୋକଙ୍କୁ ଏହି ଆପ୍ ଲୋକପ୍ରିୟତା ଆଣିଦେଉଥିବା ବେଳେ କିଛି ଲୋକଙ୍କର ସଂପର୍କ ଏହି ଆପ୍ ପାଇଁ ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଟିକ୍-ଟକ ଆପ୍ ତିଆରି କରୁଥିବା ବେଳେ ମୃତ୍ୟୁ ମୁଖରେ ପଡ଼ିବା ଓ ପ୍ରେମ ସଂପର୍କ ବା ବିବାହ ଭାଙ୍ଗିବା ଭଳି ଖବର ସାମ୍ନାକୁ ଆସି ସାରିଥିବା ବେଳେ ଏବେ ବେଙ୍ଗାଲୁରୁରେ ସେଭଳି ଏକ ଘଟଣା ଘଟିଛି। ସ୍ବାମୀ ଟିକ୍-ଟକ୍ ଭିଡିଓ ବନାଇବାକୁ ମନା କରିବାରୁ ସ୍ତ୍ରୀ ୧୨ବର୍ଷର ବୈବାହିକ ସଂପର୍କକୁ ଭାଙ୍ଗି ଦେଇଥିବା ଖବର ସାମ୍ନାକୁ ଆସିଛି।

Image result for Divorce over TikTok marriage Times of India

ମିଳିଥିବା ସୂଚନା ମୁତାବକ, ଆସିମ୍ ଏବଂ ଆୟଶା ୨୦୦୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏକ ଯୌଥ ପରିବାରରେ ଆୟଶାଙ୍କ ବିବାହ ହୋଇଥିଲା। ୨୦୧୪ରେ ଦୁହିଁଙ୍କର ଏକ ପୁଅ ହେବା ପରେ ଚାକିରି କରିବା ପାଇଁ ସାଉଦି ଆରବ ଚାଲିଯାଇଥିଲେ ଆସିମ୍। ସବୁ କିଛି ଠିକ୍ ଚାଲିଥିବା ବେଳେ ଆୟଶା ଖାଲି ସମୟରେ ଟିକ୍-ଟକ୍ ଭିଡିଓ ବନାଇବା ଆରମ୍ଭ କରିଥିଲେ। ଏହି ଭିଡିଓ ଦ୍ବାରା ତାଙ୍କୁ ଲୋକେ ଚିହ୍ନିବା ସହ ପ୍ରଶଂସା କରୁଥିବାରୁ, ଧିରେ ଧିରେ ସେ ଏକାଧିକ ଭିଡିଓ ବନାଇବା ଆରମ୍ଭ କରିଥିଲେ। ଏହି ସମୟରେ ଆସିମଙ୍କର ଜଣେ ବନ୍ଧୁ ଆୟଶାଙ୍କ ଏକ ଅଶ୍ଲୀଳ ଟିକ୍-ଟକ୍ ନୃତ୍ୟ ଭିଡିଓକୁ ତାଙ୍କ ପାଖକୁ ଛାଡ଼ିଥିଲେ। ଭିଡିଓ ଦେଖିବା ପରେ ଆସିମ୍ ଆୟଶାଙ୍କୁ ଭିଡିଓ କଲ୍ ଓ ଅଡିଓ କଲ୍ ଉଭୟ କରି ଭିଡିଓ ବନାଇବାକୁ ମନା କରିଥିଲେ। କିନ୍ତୁ ଆୟଶା ମାନି ନଥିଲେ। କିଛି ମାସ ପରେ ଆସିମ୍ ଚାକିରି ଛାଡ଼ିବା ସହ ଘରକୁ ଫେରି ଆୟଶାଙ୍କୁ ଭିଡିଓ ବନାଇବା ପାଇଁ ମନା କରିଥିଲେ। ହେଲେ ଆୟଶା ଆସିମଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ କରି ସାରିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe