Advertisment

ଅତି ନିକଟରୁ ଦିବ୍ୟା ପାହୁଜାଙ୍କୁ ପିସ୍ତଲ୍‌ ମରାଯାଇଥିଲା; ଶବ ବ୍ୟବଚ୍ଛେଦ ବେଳେ ମୁଣ୍ଡରୁ ବାହାରିଲା ଗୁଳି

Advertisment
ଅତି ନିକଟରୁ ଦିବ୍ୟା ପାହୁଜାଙ୍କୁ ପିସ୍ତଲ୍‌ ମରାଯାଇଥିଲା; ଶବ ବ୍ୟବଚ୍ଛେଦ ବେଳେ ମୁଣ୍ଡରୁ ବାହାରିଲା ଗୁଳି

ନୂଆଦିଲ୍ଲୀ: ପୂର୍ବତନ ମଡେଲ୍‌ ଦିବ୍ୟା ପାହୁଜାଙ୍କୁ ଖୁବ୍‌ ନିକଟରୁ ଗୁଳି ମରାଯାଇଥିଲା ଓ ତାଙ୍କ ମୁଣ୍ଡରୁ ସେ ଗୁଳି ବାହାର କରାଯାଇଥିବା କଥା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ହରିୟାଣାର ହିସାରସ୍ଥିତ ‘ଅଗ୍ରୋହା ମେଡିକାଲ୍‌ କଲେଜ୍‌’ର ‘ଡକ୍ଟର୍‌ ମୋହନ ସିଂହଙ୍କ ନିର୍ଦେଶକ୍ରମେ ୨ଜଣ ଡାକ୍ତରାଣୀଙ୍କ ସମେତ ୪ଜଣ ଡାକ୍ତର ଦିବ୍ୟାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ପରେ ବ୍ୟବଚ୍ଛେଦ କରାଯାଇଥିବା ଶବକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଶେଷକୃତ୍ୟ କରିବା ଲାଗି ସେମାନେ ଦିବ୍ୟାଙ୍କ ଶବକୁ ଗୁରୁଗ୍ରାମ ନେଇ ଯାଇଛନ୍ତି।

publive-image Image Courtesy of Aaj Tak

ସୂଚନାଯୋଗ୍ର, ଜାନୁଆରି ୨ ତାରିଖ ଦିନ ୨୭ ବର୍ଷୀୟ ପୂର୍ବତନ ମଡେଲ୍‌ ଦିବ୍ୟାଙ୍କୁ ଗୁରୁଗ୍ରାମରେ ‘ସିଟି ପଏଣ୍ଟ୍‌ ହୋଟେଲ୍‌’ର ୫୬ ବର୍ଷିୟ ମାଲିକ ଅଭିଜିତ ସିଂହ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ହତ୍ୟା ଘଟଣାର ୧୧ ଦିନ ପରେ ଶନିବାର ଦିନ ହରିୟାଣାର ଫତେବାଦ ଜିଲ୍ଲାରେ ପ୍ରବାହିତ ତୋହାନା କେନାଲରୁ ଦିବ୍ୟାଙ୍କ ଶବ ଉଦ୍ଧାର କରାଯାଇଥିଲା।

publive-image Image Courtesy of India Today

ଆପତ୍ତିଜନକ ଭିଡିଓ ପ୍ରଘଟ କରି ଦେବ ବୋଲି ଧମକ ଦେଇ ଦିବ୍ୟା ତାଙ୍କୁ ‘ବ୍ଲାକ୍‌ମେଲ୍‌’ କରୁଥିବାରୁ ସିଂହ ତାଙ୍କୁ ହତ୍ୟା କରିଥିବା କଥା କହୁଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ସମ୍ପ୍ରତି ପୁଲିସ ସିଂହଙ୍କ ଅଭିଯୋଗ ଉପରେ ତଦନ୍ତ କରୁଛି। ଏଯାବତ୍‌ ଏହି ମାମଲାରେ ପୁଲିସ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe