ଏଥର ଦୀପାବଳି ଶୀଘ୍ର ଆସିଗଲା: ପ୍ରାଧନମନ୍ତ୍ରୀ ମୋଦି

Advertisment
ଏଥର ଦୀପାବଳି ଶୀଘ୍ର ଆସିଗଲା: ପ୍ରାଧନମନ୍ତ୍ରୀ ମୋଦି

Photo Courtesy of TOI

ନୂଆଦିଲ୍ଲୀ: ଜିଏସ୍‌ଟି କାଉନ୍‌ସିଲ୍‌ ଗୁଡ୍‌ସ୍‌ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍‌ସ୍‌ରେ ପରିବର୍ତ୍ତନ କରିଥିବାରୁ ୨୭ଟି ଜିନିଷ ଉପରେ ଟିକସ ହାର ହ୍ରାସ ପାଇଛି ଏବଂ ଏହା କ୍ଷୁଦ୍ର ଓ ମଧ୍ୟମ ବର୍ଗର ବାଣିଜ୍ୟ ପ୍ରତିଷ୍ଠାନ ସବୁକୁ ଆଶ୍ୱସ୍ତି ଆଣି ଦେଇଥିବାରୁ ଏଥର ଦୀପାବଳି ଜଲ୍‌ଦି ଆସିଛି ବୋଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କହିଛନ୍ତି।
ଜିଏସ୍‌ଟି ପରିଷଦ୍‌ର ନିଷ୍ପତ୍ତି ଯୋଗୁଁ ଆମ ଦେଶର ନାଗରିକମାନଙ୍କ ପାଇଁ ଦୀପାବଳି ଶୀଘ୍ର ଆସି ଯାଇଛି। ଦୋଷ ତ୍ରୁଟି ସମେତ ଆମେ ତିନି ମାସ ସକାଶ ଜିଏସ୍‌ଟି ସମ୍ବନ୍ଧୀୟ ସମସ୍ତ ଦିଗକୁ ଅଧ୍ୟୟନ କରିବୁ ବୋଲି ପୂର୍ବରୁ କହିଥିଲୁ। ସର୍ତ୍ତ ଅନୁସାରେ ଜିଏସ୍‌ଟି ପରିଷଦ୍‌ରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଗୁଜୁରାଟରେ ଆଗାମୀ ବିଧାନସଭା ନିର୍ବାଚନର ବିଗୁଲ୍‌ ବଜାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ବିଜେପି ସରକାର ସାମଗ୍ରିକ ବିକାଶ ପାଇଁ ଛିଡ଼ା ହୋଇଛି। ସଙ୍କୀର୍ଣ୍ଣ ଦୃଷ୍ଟି ପାଇଁ ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଓଖା ଏବଂ ବେଟ୍‌ ଦ୍ୱାରକା ମଧ୍ୟରେ ଏକ ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରି ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୋଦି କହିଲେ କି ଜାତୀୟ ରାଜପଥ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରି ରାଜ୍ୟ ସରକାର ଅର୍ଥନୈତିକ ଅଗ୍ରଗତି କରାଇ ପାରିଛନ୍ତି।

ଭିତ୍ତିଭୂମି ନିର୍ମାଣ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବା ସହ ବିକାଶର ବାତାବରଣ ସଂଯୋଗ କରିବ।

କଂଗ୍ରେସ ଉପରେ କ୍ରୋଧିତ ହୋଇ ସେ ଦୋଷାରୋପ କରି କହିଲେ ଯେ ନିର୍ବାଚନ ପୂର୍ବରୁ ସମର୍ଥନ ପାଇବା ଲାଗି ଦଳ ଶସ୍ତା ମାଧ୍ୟମ ଆଦରିଛି। ଅପରପକ୍ଷେ ବିଜେପି ସାମଗ୍ରିକ ଏବଂ ବୃହତ୍ତର ବିକାଶ ନିମନ୍ତେ ଦୃଢ଼ କାର୍ଯ୍ୟକଳାପରେ ବିଶ୍ୱାସ କରେ।

ମାଧବସିଂହ ସୋଲାଙ୍କି ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଖ୍ୟମନ୍ତ୍ରୀ ଏକ ପୋଖରୀ ଉଦ୍‌ଘାଟନ ନିମନ୍ତେ ଜାମନଗର ଆସୁଥିବା ବିଜ୍ଞାପନ ମୁଁ ଆଗ ପୃଷ୍ଠାରେ ଦେଖିଥିବା ସ୍ମରଣ କରୁଛି। ଏହି ହେଉଛି ବିକାଶ ନିମନ୍ତେ ସେମାନଙ୍କର ସଙ୍କୀର୍ଣ୍ଣ ମାନସିକତା।

ବିଜେପି ସରକାରଙ୍କ ସଫଳତାର କାହାଣୀ ସବୁକୁ ବିସ୍ତାର କରି ସେ କହିଲେ, କାଣ୍ଡ୍‌ଲା ବନ୍ଦର ଅପ୍ରତ୍ୟାଶିତ ବୃଦ୍ଧି ପାଇଛି। ଏହାର କାରଣ ଆମେ ବନ୍ଦରର ଉନ୍ନତି କଳ୍ପେ ସମ୍ବଳ ବିନିଯୋଗ କରିଥିଲୁ। ଏବେ ଆଲାଙ୍ଗ୍‌ ଜୀବନ୍ୟାସ ପାଉଛି। ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଙ୍ଗଳ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ବିକାଶ ନିମନ୍ତେ ଆମେ ଏହି ପ୍ରକାରର ପଦକ୍ଷେପମାନ ଗ୍ରହଣ କରୁଛୁ।

ପର୍ଯ୍ୟଟନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଲେ ଯେ ଓଖା ଏବଂ ବେଟ୍‌ ଦ୍ୱାରକା ମଧ୍ୟରେ ଚାରି ଥାକିଆ କେବଲ୍‌ ଷ୍ଟେଏଡ୍‌ ସିଗ୍‌ନେଚର୍‌ ବ୍ରିଜ୍‌ କେବଳ ବିଶାଳ ଭିତ୍ତିଭୂମି ପାଇଁ ଉଦ୍ୟମ ନୁହେଁ, ଏହା ସମ୍ପୃକ୍ତ ଅଞ୍ଚଳର ଇତିହାସ ଏବଂ ସଂସ୍କୃତିକୁ ମଧ୍ୟ ସଂଯୋଗ କରିବ।

ନିର୍ବାଚନ ଆସନ୍ନ ଗୁଜୁରାଟକୁ ମୋଦି ଏକ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ସେଠାରେ ସେ କେତେଗୁଡ଼ାଏ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ଦ୍ୱାରକାଧୀଶ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe