କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବିଜେପି ୧୨ଟି,କଂଗ୍ରେସ ୨ଟି ଆସନରେ ଆଗୁଆ

କର୍ଣ୍ଣାଟକରେ ୧୧୪ ଫୁଟ ଉଚ୍ଚ ଯୀଶୁ ମୂର୍ତ୍ତି ନିର୍ମାଣ କରିବେ କଂଗ୍ରେସ ନେତା ଶିବକୁମାର, ବିଜେପିର ସମାଲୋଚନା

Image Source-deccan chronicle

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ପ୍ରଥମ ଫଳ ପ୍ରକାଶ ପାଇଛି। ୟେଲ୍ଲାପୁର ଆସନରେ ବିଜେପି ପ୍ରାର୍ଥୀ ଶିବରାମ ହେବ୍ବର ବିଜୟୀ ହୋଇଛନ୍ତି | କଂଗ୍ରେସର ବରିଷ୍ଠ ନେତା ଡି କେ ଶିବକୁମାର ଦଳର ପରାଜୟକୁ ସ୍ବୀକାର କରିଛନ୍ତି।
ଏବେ ବି କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏବେ କ୍ଷମତାସୀନ ବିଜେପି ୧୨ଟି ଆସନରେ ଆଗୁଆ ରହିଛି। ଅପରପକ୍ଷରେ କଂଗ୍ରେସ ୨ଟି ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତାଜା ସୂଚନା ଅନୁଯାୟୀ, ଏବେ ଜେଡିଏସ୍ କୌଣସି ଆସନରେ ଆଗୁଆ ନାହିଁ।

Karntaka bypolls results BJP Image Source-timesnownews.com

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବ। ଏହି ଫଳାଫଳ ହିଁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ଚାରି ମାସ ପୁରୁଣା ସରକାରର ଭବିଷ୍ୟତ† ନିଦ୍ଧାରଣ କରିବ। ଚଳିତମାସ ୫ ତାରିଖରେ ୧୫ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ୬୭.୯୧ ପ୍ରତିଶତ ଭୋଟର ନିଜର ମତ ଦାନ ଅଧିକାର ସାବ୍ୟସ୍ତ କରିଥିଲେ।

ଆଜି ୧୧ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ଫଳାଫଳ ଅପରାହ୍ଣ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ୟେଦୁରପ୍ପାଙ୍କୁ ସରକାରରେ ରହିବା ପାଇଁ ହେଲେ ଦଳକୁ ଅତିକମ୍ରେ ୬ଟି ଆସନରେ ବିଜୟୀ ହେବାକୁ ପଡ଼ିବ। ବିଜେପି ସହଜରେ ୬ଟି ଆସନରେ ବିଜୟୀ ହେବ ବୋଲି ବିଶ୍ବାସ ରଖିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe