Image Courtesy of India Today
ଚେନ୍ନାଇ: ଅଭିନେତା ତଥା ‘ଦେସିୟା ମୁରପୋକ୍କୁ ଦ୍ରବିଡ଼ କଜଗମ୍’ (ଡିଏମ୍ଡିକେ) ନେତାଙ୍କର ଆଜି ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।
କୋଭିଡ୍-୧୯ ପଜିଟିଭ୍ ବାହାରିବା ପରେ ତାଙ୍କୁ ‘ଭେଣ୍ଟିଲେଟର୍’ରେ ରଖାଯାଇଥିଲା।
କିନ୍ତୁ, ଡାକ୍ତରଖାନା ତରଫରୁ ଜାରି ବିବୃତିରେ ଉଲ୍ଲେଖ ଅଛି, ନିମୋନିଆରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା କ୍ୟାପ୍ଟେନ୍ ବିଜୟକାନ୍ତଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ଡାକ୍ତରୀ କର୍ମଚାରୀଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇ ରଖାଯାଇ ପାରିଲା ନାହିଁ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଗଲା।
ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ମଙ୍ଗଳବାର ଦିନ ବିଜୟକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ‘ଡିଏମ୍ଡିକେ’ କହିଥିଲା ବିଜୟକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଓ କେତେକ ଡାକ୍ତରୀ ପରୀକ୍ଷା ପରେ ସେ ଘରକୁ ଫେରିବେ।
Image Courtesy of Times Nowପୂର୍ବରୁ ନଭେମ୍ବର ୨୦ ତାରିଖ ଦିନ ‘ଡିଏମ୍ଡିକେ’ ମୁଖ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ବାସପ୍ରଶ୍ବାସଜନିତ ସଂକ୍ରମଣ ଯୋଗୁଁ ସେଠାରେ ସେ ଚିକିତ୍ସିତ ହେଉଥିଲେ।
୧୫୪ଟି ଚଳଚ୍ଚିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଶିଳ୍ପ ଓ ଜନସାଧାରଣଙ୍କ ନିକଟରେ ସୁପରିଚିତ ଥିବା ବିଜୟକାନ୍ତ ପରେ ରାଜନୀତିରେ ପ୍ରବେଶ କରିଥିଲେ। ନିଜସ୍ବ ରାଜନୈତିକ ଦଳ ‘ବିଜୟକାନ୍ତ’ ସଂସ୍ଥାପନ କରି ସେ ବିରୁଧାଚଳମ୍ ଓ ଋଷିବନ୍ଦିୟମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ସେ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ବେଳେ ତାଙ୍କର ରାଜନୈତିକ କ୍ୟାରିୟର୍ ଶିଖରରେ ପହଞ୍ଚିଥିଲା।
Follow Us